ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ଭେଟିଲେ କଟକ ମେୟର ସୁବାଷ ସିଂ

କଟକ: ଅସୁସ୍ଥ ପଦ୍ମଶ୍ରୀ କମଳା ପୂଜାରୀ । ତାଙ୍କୁ ସ୍ଵତନ୍ତ୍ର ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡିକାଲ୍ କୁ ସ୍ଥାନାନ୍ତର କରାଯାଇଥିବା ବେଳେ, ତାଙ୍କୁ ଭେଟିଛନ୍ତି କଟକ ମେୟର ସୁବାଷ ସିଂ । କମଳା ପୂଜାରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ କିପରି ସେ ସୁସ୍ଥ ହେବେ ସେନେଇ ବିଭାଗୀୟ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି ।

ସୂଚନାଯୋଗ୍ୟ, ଗତ ଅଗଷ୍ଟ ୨୨ ତାରିଖରେ ପଦ୍ମଶ୍ରୀ କମଳା ପୂଜାରୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ଏହାପରେ ପ୍ରଥମେ ତାଙ୍କୁ ଜଜୟପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରବର୍ତ୍ତୀ ସମୟରେ ତାଙ୍କୁ ଜୟପୁର ମୁଖ୍ୟ ଚିକିତ୍ସାଳୟରୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ଅଧିକ ଚିକିତ୍ସା ଆବଶ୍ୟକ ପଡୁଥିବାରୁ ଜିଲ୍ଲା ମୁଖ୍ୟ ଚିିତ୍ସାଳୟ ଡାକ୍ତରୀ ଟିମ୍ ଓ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ଏହି ପଦକ୍ଷେପ ନିଆଯାଇଥିବା ଡାକ୍ତର ସୂଚନା ଦେଇଥିଲେ । ଗତ କିଛିଦିନ ପୂର୍ବେ କମଳା ପୂଜାରୀଙ୍କୁ ଜ୍ଵର ଝାଡ଼ା ହୋଇଥିଲା । ବୟସ ଅଧିକ ହୋଇଥିବାରୁ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଥିଲା ଏବଂ ଝାଡା ଜ୍ଵର କମିଯାଇଥିଲା ।

କମଳା ପୂଜାରୀଙ୍କୁ ଭେଟିବା ପରେ କଟକ ମେୟର କହିଛନ୍ତି, “ପଦ୍ମଶ୍ରୀ କମଳା ପୂଜାରୀ କେବଳ କୋରାପୁଟର ନୁହନ୍ତି ସେ ଓଡ଼ିଶା ପାଇଁ ମଧ୍ୟ ଗର୍ବ ଓ ଗୌରବ । ତାଙ୍କ ଚିକିତ୍ସା ପାଇଁ ଏସ୍‌ସିବିର ମେଡିକାଲର ୪ ଜଣିଆ ଡାକ୍ତରୀ ଟିମ ରହିଛନ୍ତି । ଏବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିବା ସହ କିଛି ଟେଷ୍ଟ ରିପୋର୍ଟ ଆସିବା ବାକି ରହିଛି ।”

ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନଜର ରଖିଛି ଏସିବି ମେଡିକାଲ। ତେବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ଶୀଘ୍ର ସୁଧାର ଆସିବ ଓ ସେ ଏସ୍‌ସିବିରେ କୋରାପୁଟ ଯାଇପାରିବେ ବୋଲି କହିଛନ୍ତି ମେୟର ।

Related Posts