କଟକ ପୋଲିସ ର ଉଦାରତା: ସୁନା ଚୋର ସହ ମିଶି ପିଇଲେ ଲସି

କଟକ : କଟକ ପୋଲିସକୁ ମିଳିଛି ବଡ଼ ସଫଳତା । କୁଖ୍ୟାତ ସୁନା ଚୋର କୁ ଗିରଫ କରିଛି ପୋଲିସ । ଗତ ୪ ତାରିଖ ଫିରିଙ୍ଗିବଜାର ସ୍ଥିତ ଏକ ଗହଣା କାରଖାନାରୁ ଚୋରି ଘଟଣାରେ ପୋଲିସ ଅଭିଯୁକ୍ତ କୁ ଗିରଫ କରିଛି । ପୁରୀଘାଟ ଥାନା ଅଭିଯୁକ୍ତ ଠାରୁ ଜବତ କରିଛି ୯୦୦.୩୨ ଗ୍ରାମ ଓଜନର ସୁନା । ଚୋରି କରି ଅଭିଯୁକ୍ତ କୋଲକାତା ଫେରାର ହୋଇଯାଇଥିଲା । ପରେ ପୋଲିସ କୋଲକାତାରୁ ଅଭିଯୁକ୍ତ ସୁଶାନ୍ତ ଦାସକୁ ଗିରଫ କରିବାରେ ସକ୍ଷମ ହୋଇଛି କମିଶନରେଟ ପୋଲିସ ।

ଜବତ ସୁନାର ଆନୁମାନିକ ମୁଲ୍ୟ ୫୦ ଲକ୍ଷ ହେବ ବୋଲି ପୋଲିସ ସ୍ପଷ୍ଟ କରିଛି । ସେପଟେ ସୁନା ଚୋରକୁ ଧରିବା ପରେ ଲସି ପିଆଇଥିଲା ପୋଲିସ । କେବଳ ଚୋର ନୁହେଁ ତା ସହ ପୋଲିସ ମଧ୍ୟ ଲସି ପିଉଥିବା ନଜର ଆସିଥିଲା ।

ସୂଚନା ଥାଉକି, ଫିରିଙ୍ଗିବଜାର ଗହଣା କାରଖାନାରୁ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗରେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ ।

ଗୋଟିଏ ସପ୍ତାହର ପରିଶ୍ରମ ପରେ ପୋଲିସ ବଙ୍ଗରୁ ଚୋରକୁ ଧରିବାର ସକ୍ଷମ ହୋଇଥିଲା । ତେବେ ଚୋରି କରିଥିବା ଅଭିଯୁକ୍ତ ଜଣଙ୍କ ସେହି ସୁନା ଖଣିରେ କାମ କରୁଥିଲା । ଏହାର ଫାଇଦା ନେଇ ଚୋରଟି ସେଠାରୁ ସବୁତକ ସୁନା ଗହଣା ନେଇ ଚମ୍ପଟ ମାରିଥିଲା । ଏବେ ଚୋର ଧରାପଡିବା ପରେ ସବୁ ସୁନାଗହଣା ଧରାପଡିବା ସହ ଟଙ୍କା ବି ଜବତ ହୋଇଛି ।

Related Posts