ସ୍କୁଲ ଭିତରକୁ କ୍ୟାମେରା ମନା ଘଟଣା, ଉପରୁ ଅର୍ଡର ନଆସିଲେ ନିଷ୍ପତି ପ୍ରତ୍ୟାହାର ହେବନି : କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସ୍କୁଲ କ୍ୟାମ୍ପସ କୁ କ୍ୟାମେରା ମନା ଘଟଣାରେ ଆସିଛି ନୂଆ ମୋଡ଼। ବିଭିନ୍ନ ଆଡୁ ବିରୋଧ ର ସମ୍ମୁଖୀନ ହେବା ପରେ ଗତକାଲି ସଂଧ୍ୟାରେ କଙ୍କଡ଼ାହାଡ଼ ବିଇଓ ଚିଠି ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରାଗଲା ବୋଲି ବିଇଓ କହିଛନ୍ତି । ୮ ତାରିଖରେ ସ୍କୁଲଗୁଡିକୁ ଚିଠି ଲେଖି ଗଣମାଧ୍ୟମ ପ୍ରତିନିଧିଙ୍କୁ ସ୍କୁଲ ପରିସରରେ ପ୍ରବେଶ ନେଇ କଟକଣା ଲଗାଇଥିଲେ ବିଇଓ । ଯାହା ବିରୋଧରେ ପ୍ରତିବାଦର ସ୍ୱର ଉଠିଥିଲା। ଏହାପରେ ସର୍କୁଲାର ପ୍ରତ୍ୟାହାର କରିଛନ୍ତି ଢେଙ୍କାନାଳ କଙ୍କଡ଼ାହାଡ଼ ବିଇଓ ।

ତେବେ ଏହି ଘଟଣାରେ ନିଜ ନିଷ୍ପତି ବଦଳାଇବାକୁ ଅରାଜି କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ । ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି, ଉପରୁ ଅର୍ଡର ନଆସିବା ଯାଏଁ ନିଷ୍ପତ୍ତି ପ୍ରତ୍ୟାହାର ହେବ ନାହିଁ । ଉପରୁ ଅର୍ଡର ନଆସିବା ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ହେବ । ତେବେ ଏହି ଘଟଣାକୁ ସବୁ ମହଲରୁ ନିନ୍ଦା କରାଯାଇଛି।

Related Posts