ମୋ ବାପାଙ୍କୁ ଏମ୍ସରେ ଗୀତା ପଢିବା ଓ ଶୁଣିବା ଉପରେ ରୋକ ଲଗାଯାଇଛି: ତେଜ ପ୍ରତାପ ଯାଦବ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବାରେ ଲାଗିଛି । ସେପଟେ ଦିଲ୍ଲୀ ଏମ୍ସରେ ତାଙ୍କର ଚିକିତ୍ସା ଚାଲିଛି। ଏହା ମଧ୍ୟରେ ତାଙ୍କୁ ହସ୍ପିଟାଲରେ ଗୀତା ପାଠ କରିବା ଉପରେ ବାରଣ କରାଯାଇଥିବା ନେଇ ଅଭିଯୋଗ ଆସିଛି। କେବଳ ପାଠ କରିବାକୁ ନୁହେଁ ଗୀତା ଶୁଣିବାକୁ ମଧ୍ୟ ମନା କରାଯାଉଛି। ଏନେଇ ତାଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ଅଭିଯୋଗ ଆଣିଛନ୍ତି। ତେବେ ବିହାରର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତେଜପ୍ରତାପ ଏକ ଟ୍ୱିଟ କରି ଅଭିଯୋଗ ଆଣିଛନ୍ତି, ‘ମୋ ବାପାଙ୍କୁ ଏମ୍ସରେ ଗୀତା ପଢିବା ଓ ଶୁଣିବା ଉପରେ ରୋକ ଲଗାଯାଇଛି।

ମୋ ବାପା ଗୀତା ପଢିବା ଓ ଶୁଣିବାକୁ ଭଲ ପାଆନ୍ତି। ହେଲେ ଯିଏ ଏଭଳି ରୋକ ଲଗାଇଛି ଏହି ମହାପାପ ପାଇଁ ତାଙ୍କୁ ଏ ଜନ୍ମରେ ହିଁ ଦଣ୍ଡ ମିଳିବ ବୋଲି କହିଛନ୍ତି । ଅନ୍ୟପଟେ ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ତେଜପ୍ରତାପ ଏକ ଭାବୁକ ଟ୍ୱିଟ୍ ମଧ୍ୟ କରିଛନ୍ତି। ସେ ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ଲେଖିଛନ୍ତି କି, ବାପା ଖୁବଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ, ଆପଣଙ୍କ ବିନା ସବୁ ଖାଲି ଖାଲି ଲାଗୁଛି। ଲାଲୁ ଘରକୁ ନଫେରିବା ପର୍ଯ୍ୟନ୍ତ ସେ ଠାକୁରଙ୍କ ଶରଣରେ ରହିବେ ବୋଲି ଲେଖିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।

Related Posts