
ରୁଷ ଓ ୟୁକ୍ରେନ ମଧ୍ୟରେ ଲାଗିରହିଥିବା ଯୁଦ୍ଧ ର ପ୍ରଭାବ ଏବେ ଭାରତ ଉପରେ ପଡିଛି | ଫଳରେ ଅନେକ ଖାଦ୍ୟସାମଗ୍ରୀର ଦର ଆକାଶଛୁଆଁ ହେବାକୁ ବସିଲାଣି | ଏହାରି ମଧ୍ୟରେ ସୂଯ୍ୟମୁଖୀ ତେଲ ଓ ଖାଇବା ତେଲ ଗତ କିଛି ଦିନ ହେବ ୨୦ରୁ ୨୫ ଟଙ୍କାକୁ ବୃଦ୍ଧି ପାଇଛି | ସେପଟେ ବଢିଥିବା ଦର କୁ ନେଇ ସାଧାରଣ ଖାଉଟିଙ୍କ ଉପରେ ମହଙ୍ଗା ମାଡ ହୋଇଛି | ବଢୁଥିବା ତେଲେ ଦର ମଧ୍ୟରେ କଳାବଜାରୀ ରୋକିବା ପାଇଁ ତାତ୍ପରତ ପ୍ରକାଶ କରିଛନ୍ତି ରାଜ୍ୟ ସରକାର | ଜିଲ୍ଲାପାଳ ମାନଙ୍କୁ ଦୃଷ୍ଟି ଦେବାକୁ ନିର୍ଦେଶ ଦେଇଥିବା ବେଳେ, ଆଜି କଟକ ମାଲଗୋଦାମରେ ଚଢ଼ାଉ କରିଛି ଯୋଗାଣ ବିଭାଗ । ଖାଇବା ତେଲ କଳାବଜାରୀ ରୋକିବାକୁ ଚଢାଉ କରିଛି ଯୋଗାଣ ବିଭାଗ। MRP ଠାରୁ ଅଧିକ ଦରରେ ଖାଇବା ତେଲ ବିକ୍ରୟ କରାଯାଉଥିବା ନେଇ ଅନେକ ଚ୍ୟାନେଲ ମାନଙ୍କରରେ ଖବର ପ୍ରସାରଣ ହୋଇଥିଲା | ପରେ ଏନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସହକାରୀ ଯୋଗାଣ ନିରୀକ୍ଷକଙ୍କ ସମେତ ଏକ ଟିମ ମାଲଗୋଦାମର ବିଭିନ୍ନ ଖାଇବା ତେଲ ଦୋକାନ ଓ ଗୋଦାମରେ ଯାଞ୍ଚ କରିଥିଲେ।
କଟକ ମାଲଗୋଦାମରେ ଯୋଗାଣ ବିଭାର ଚଢ଼ାଉଯାଞ୍ଚପରେ ଗ୍ରାହକଙ୍କୁ ଆତଙ୍କିତ ନ ହେବାକୁ ପରାମର୍ଶ ଦେଇଛି ଯୋଗାଣ ବିଭାଗ। ପର୍ଯ୍ୟାପ୍ତ ପରିମାଣରେ ତେଲ ମହଜୁଦ ଅଛି ତେଣୁ ଅଧିକ ତେଲ ନେଇ ଘରେ ଗଚ୍ଛିତ ନ କରିବା ପାଇଁ ମଧ୍ୟ କହିଛି ଯୋଗାଣ ବିଭାଗ | ଏହାଛଡା ପ୍ରତି ଦୋକାନ ସାମ୍ନାରେ ଷ୍ଟକ ବୋର୍ଡ ଲଗାଇବାକୁ ଦୋକାନୀ ମାନଙ୍କୁ କୁହାଯାଇଛି |