ବାତ୍ୟା ‘ମିଗଜୋମ’ର ଲ୍ୟାଣ୍ଡଫଲ ପ୍ରକିୟା ଆରମ୍ଭ, ଆଗାମି ୨ଘଂଟାରେ ଅତିକ୍ରମ କରିବ ସ୍ଥଳଭାଗ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବାତ୍ୟା ମିଗଜୋମର ଲ୍ୟାଣ୍ଡଫଲ ପ୍ରକିୟା ଆରମ୍ଭ ହୋଇଛି । ଆଗାମି ୨ଘଂଟା ଭିତରେ ସ୍ଥଳଭାଗ ଅତିକ୍ରମ କରିବ ଭୀଷଣ ବାତ୍ୟା । ଆନ୍ଧ୍ର ଉପକୂଳ ବାପଟଲାରେ ମାଡ଼ ହେବ ମିଗଜୋମ । ଗତ ୬ ଘଂଟା ହେଲା ଘଂଟା ପ୍ରତି ୧୧ କିଲୋମିଟର ବେଗରେ ଉତର ଦିଗରେ ଗତି କରୁଛି ବାତ୍ୟା । ନେଲୋରରୁ ୧୦୦ କିଲୋମିଟର ଓ ବାପଟଲାରୁ ୬୦ କିଲୋମିଟର ଦୂରରେ ରହିଛି ମିଗଜୋମ । ସ୍ଥଳଭାଗ ଛୁଇଁବା ସମୟରେ ଘଂଟା ପ୍ରତି ପବନର ବେଗ ୯୦ରୁ ୧୦୦ କିଲୋମିଟର ଏବଂ ସର୍ବାଧିକ ୧୧୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ ପବନର ଝଟକା ରହିପାରେ । ଲ୍ୟାଣ୍ଡଫଲ ସମୟରେ ଆନ୍ଧ୍ର ଉପକୂଳରେ ଉଠିପାରେ ଦେଢ଼ ମିଟର ପର୍ଯ୍ୟନ୍ତ ଜୁଆର । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି ।

Related Posts