ଓଡିଶାରେ ପୁଣି ବାତ୍ୟା ଆଶଙ୍କା, ଲଘୁଚାପରେ ପରିଣତ ହେଲା ଘୂର୍ଣ୍ଣିବଳୟ

ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଏବେ ନୁହେଁ ବରଂ ଆଉ ୨ ଦିନ ପରେ ସ୍ପଷ୍ଟ ଚିତ୍ର ମିଳିବା ସହ ବାତ୍ୟା ସମ୍ପର୍କରେ କହିହେବ ବୋଲି ସେ କହିଛନ୍ତି ।

ମୃତ୍ୟୁଞ୍ଜୟ କହିଛନ୍ତି ଯେ, ବଙ୍ଗୋପସାଗରରେ ଯେଉଁ ଲଘୁଚାପ ସୃଷ୍ଟି ହୋଇଛି ତାହା ୨ଦିନ ମଧ୍ୟରେ ଡିପ୍ରେସନରେ ପରିଣତ ହେବାର ସମ୍ଭାବନା ରହିଛି । ଡିପ୍ରେସନରେ ପରିଣତ ହେବା ପରେ ବାତ୍ୟା ହେବ ନା ନାହିଁ ସ୍ପଷ୍ଟ ଚିତ୍ର ମିଳିବ । ଏହାର ପ୍ରଭାବରେ ଉତର ଆନ୍ଧ୍ର ଓ ଓଡିଶାରେ ବର୍ଷା ହେବା ଆଶଙ୍କା ରହିଛି । ବାତ୍ୟା ନେଇ ଏବେ ପୂର୍ବାନୁମାନ କରିହେବ ନାହିଁ । ଡିପ୍ରେସନର ରୂପ ନେଲେ ବାତ୍ୟା ହେବ ନା ନାହିଁ ତାହା ଜଣାପଡିବ ।

ସୂଚନାଯୋଗ୍ୟ, ବଙ୍ଗୋପସାଗରରେ ଆଉ ଏକ ଘୁର୍ଣ୍ଣିବାତ୍ୟା ଦାନା ବାନ୍ଧୁଥିବା ସୂଚନା ମିଳିଛି । ଯାହାକୁ ନେଇ ପାଣିପାଗବିତମାନେ ମଧ୍ୟ ମତ ଦେଇଛନ୍ତି । ଏପରିକି ଏହା ବତ୍ୟାର ରୂପ ନେବ ବୋଲି କେହି ଅନୁମାନ କରିଛନ୍ତି ।

Related Posts