ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ରାୟ : ରହିବେ ପୂର୍ଣ୍ଣକାଳୀନ ପ୍ରଶାସକ, ୬୦ହଜାର ଶ୍ରଦ୍ଧାଳୁଙ୍କ ରହଣୀ ବ୍ୟବସ୍ଥା

ଆଜି ସୁପ୍ରିମକୋର୍ଟରେ ଜଷ୍ଟିସ ଅରୁଣ ମିଶ୍ରଙ୍କ ନେତୃତ୍ୱରେ ତିନି ଜଣିଆ ଖଣ୍ଡପୀଠରେ ପୁରୀ ଶ୍ରୀମନ୍ଦିର ସଂସ୍କାର ମାମଲାର ରାୟ ପ୍ରକାଶ ପାଇଛି । ସମସ୍ତ ପ୍ରକାର ଶୁଣାଣୀ ସରିଛି ଆଜି ମଧ୍ୟବର୍ତ୍ତୀକାଳିନ ରାୟ ଆସିବ । ଶ୍ରୀମନ୍ଦିର ସୁରକ୍ଷା ଶୃଙ୍ଖଳିତ ଦର୍ଶନ ବା ଧାଡ଼ି ଦର୍ଶନ, ଶ୍ରୀମନ୍ଦିର ପରିସରରୁ ୭୫ମିଟର ଉଚ୍ଛେଦ ପ୍ରସଙ୍ଗ, ସେବାପୂଜା ଓ ଶ୍ରଦ୍ଧାଳୁଙ୍କ ରହଣୀ, ଭୂସମ୍ପତି ସୁରକ୍ଷା , ଅନ୍ନଦାତା ଆଟିକା, ଦାନ ଦକ୍ଷିଣା ବନ୍ଦ ଭଳି ସମେତ ୨୨ଟି ପ୍ରସ୍ତାବ ନେଇ ଆଜି ସୁପ୍ରିମକୋର୍ଟ ନର୍ଦ୍ଦେଶନାମା ଜାରି କରିଛନ୍ତି । ଶ୍ରୀମନ୍ଦିର ଲାଗି ଜଣେ ପୂର୍ଣ୍ଣକାଳୀନ ପ୍ରଶାସକ ନିଯୁକ୍ତି ଲାଗି ସୁପ୍ରିମକୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଦର୍ଶନ ଲାଗି ଆସୁଥିବା ଭକ୍ତଙ୍କ ରହଣୀ ବ୍ୟବସ୍ଥାରେ ୬୦ହଜାର ଶ୍ରଦ୍ଧାଳୁଙ୍କ ରହିବା ବନ୍ଦୋବସ୍ତ କରିବାକୁ ନିର୍ଦ୍ଦେଶ । ସହରର ନାଳନର୍ଦ୍ଦମା ପାଣି ପାଇଁ ଟ୍ରିଟମେଣ୍ଟ ପ୍ଲାଣ୍ଟ ବସାଇବାକୁ ନିର୍ଦ୍ଦେଶ । ଜଗନ୍ନାଥ ସଂସ୍କୃତିର ପ୍ରଚାର ପାଇଁ କଲେଜ ପ୍ରତିଷ୍ଠା । ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ମିଶି ସ୍କୁଲ କଲେଜ ପ୍ରତିଷ୍ଠା କରିବାକୁ କୁହାଯାଇଛି । ସ୍କୁଲ ନିର୍ମାଣ ପାଇଁ କୋର୍ଟ ଦେବେ ୬.୫ କୋଟି ଟଙ୍କା ।

ଉଲ୍ଲେଖଯୋଗ୍ୟ ଯେ, ପୂର୍ବ ଶୁଣାଣୀ ତାରିଖରେ ରାଜ୍ୟ ସରକାରଙ୍କ ଦାଖଲ ହୋଇଥିବା ଷ୍ଟାଟସ ରିପୋର୍ଟ ଉପରେ ଆଲୋଚନା ହୋଇଥିଲା । ଆମିକସକ୍ୟୁରି ଓ ସଲିସିଟର ଜେନେରାଲ ପୁରୀ ଗସ୍ତ କରି ଉଚ୍ଛେଦ ସମ୍ପର୍କିତ ରିପୋର୍ଟ ସୁପ୍ରିମକୋର୍ଟକୁ ଅବଗତ କରିଥିଲେ । ଶ୍ରୀମନ୍ଦିର ପରିସରରୁ ୭୫ମିଟର ଚତୁପାଶ୍ୱର୍ ଉଚ୍ଛେଦ ପ୍ରସଙ୍ଗରେ କଣ କଣ ପଦକ୍ଷେପ ଗ୍ରହଣ କରାଯାଇଛି ତାହା ସୁପ୍ରିମକୋର୍ଟରେ ଆଲୋଚନା ହୋଇଛି । ପକ୍ଷମାନେ ନିଜ ନିଜ ପକ୍ଷ ରଖିଥିଲେ । ଶ୍ରୀମନ୍ଦିର ସଂସ୍କାର ପ୍ରକ୍ରିୟାକୁ ସବୁ ପକ୍ଷ ସମର୍ଥନ କରିଛନ୍ତି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଉତ୍ତମମାନର ପ୍ରସାଦକୁ କୋର୍ଟ ଗୁରୁତ୍ୱ ଦେଇଛନ୍ତି । ଶ୍ରୀମନ୍ଦିରରେ ନିୟୋଜିତ ଥିବା ସେବାୟତ କିଭଳି ଠିକ ଭାବେ ଦାୟିତ୍ୱ ନିର୍ବାହ କରିବେ ଓ ଆମକସକ୍ୟୁରି ଦେଇଥିବା ରିପୋର୍ଟ ସଠିକ ଭାବେ କାର୍ଯ୍ୟକାରୀ କରିବାକୁ  ସୁପ୍ରିମକୋର୍ଟ ଗୁରୁତ୍ୱ ଦେଇଥିଲେ । ଏହା ଉପରେ ଆଜି ପୁଣି ଆଲୋଚନା କରାଯାଇ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇବ ।

Related Posts