ଆସନ୍ତାକାଲି ସ୍ଥଳଭାଗ ଛୁଇଁବ ସାମୁଦ୍ରିକ ଝଡ

ସତ୍ୟପାଠ ବ୍ୟୁରୋ : ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ବାୟୁ ଜୁନ ୧୩ରେ ଉପକୂଳ ଛୁଇଁବ । ଏହା ଗୁଜୁରାଟ ଉପକୂଳ ଛୁଇଁବା ନେଇ ଅନୁମାନ କରାଯାଉଛି । ମହାରାଷ୍ଟ୍ରରୁ ଗୁଜୁରାଟ ଦିଗରେ ଅଗ୍ରସର ହୋଇ ପୋରବନ୍ଦର ଓ କଚ୍ଛ ମଦ୍ୟରେ ସ୍ଥଳଭାଗ ଛୁଇଁବା ଆଶା କରାଯାଉଛି । ଫଳରେ ଆଗାମୀ ୧୨ଘଂଟା ମଧ୍ୟରେ ସାମୁଦ୍ରିକ ଝଡ ଅଧିକ ଉଗ୍ରରୂପ ନେବା ଆଶଙ୍କା କରାଯାଉଛି ।

ପାଣିପାଗ ବିଭାଗ ସୂଚନା ଅନୁସାରେ, ବାୟୁ ପ୍ରଭାବରେ ପବନର ବେଗ ଘଂଟାପ୍ରତି ୧୧୦ରୁ ୧୩୦ କିଲୋମିଟର ରହିବ । ବାତ୍ୟାକୁ ନଜରରେ ରଖି ଗୃହମନ୍ତ୍ରୀ ଅମିତ ଶାହା ବୈଠକ ଡାକି ସମୀକ୍ଷା କରିଛନ୍ତି । ସେହିଭଳି ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ସମଗ୍ର ରାଜ୍ୟରେ ତିନି ଦିବସୀୟ ବିଦ୍ୟାଳୟ ପ୍ରବେଶ ଉତ୍ସବକୁ ବାତିଲ କରିଛନ୍ତି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୧୦ଟି ଜିଲ୍ଲାରେ ୧୩ ଓ ୧୪ ତାରିଖ ସ୍କୁଲ-କଲେଜ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Related Posts