ଭୋଟିଂ ବେଳେ ଦାଦାଗିରି!; ସାରଦା ନାୟକଙ୍କୁ ଉଠାଇ ନେଲା ପୋଲିସ!

ଭୁବନେଶ୍ୱର,୨୦/୫(ସତ୍ୟପାଠ ବ୍ୟୁରୋ): ଆଜି ରାଜ୍ୟରେ ପଡୁଛି ଦ୍ଵିତୀୟ ପର୍ଯ୍ୟାୟ ଭୋଟ | ଏହିଆରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । ରାଉରକେଲାର ବିଜେଡି ବିଧାୟକ ପ୍ରାର୍ଥୀ ତଥା ମନ୍ତ୍ରୀ ସାରଦା ନାୟକଙ୍କୁ ଉଠାଇ ନେଇଛି ପୋଲିସ । ରାଉରକେଲା ଗୋପବନ୍ଧୁପାଲି ଅଞ୍ଚଳରୁ ପୋଲିସ ସାରଦା ନାୟକଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି । ଗୋପବନ୍ଧୁପାଲି ସରକାରୀ ପ୍ରାଥମିକ ସ୍କୁଲର ବୁଥ ନମ୍ବର ୯୨ଭିତରକୁ ରାଉରକେଲା ସାରଦା ପଶିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା | ମତଦାତାମାନେ ସାରଦାଙ୍କୁ ବିରୋଧ କରିଥିଲେ | କାହିଁକି ବୁଥ ଭିତରକୁ ପଶିଲେ ବୋଲି ପ୍ରଶ୍ନ କରିଥିଲେ | ଯାହାକୁ ନେଇ ସାରଦାଙ୍କ ସମର୍ଥକ ଓ ସ୍ଥାନୀୟ ବସ୍ତିବାସିନ୍ଦାଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା | ବସ୍ତିବାସିନ୍ଦା ସାରଦାଙ୍କୁ ବୁଥ ଭିତରୁ ଠେଲି ବାହାର କରି ଦେଇଥିଲେ | ସାରଦା ନାୟକ ବିରୋଧୀ ନାରା ଦେଇଥିଲେ | ଉତ୍ତେଜନା ବଢ଼ିବାରୁ ଡ଼ିଏସପି, ପ୍ଲାଣ୍ଟସାଇଟ ପୁଲିସ ପହଂଚି ସାରଦାଙ୍କୁ ସେଠାରୁ ନେଇ ଯାଇଥିଲେ | ଉତ୍ତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି |

ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ | ସାରଦାଙ୍କୁ ପୋଲିସ ହେପାଜତକୁ ନେଇନଥିବା ସିଇଓ କାହିଛନ୍ତି | ଉତ୍ତେଜନା ଥିବାରୁ ପୋଲିସ ସାରଦାଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି |

Related Posts