ଜାଲ ଦସ୍ତଖତରେ ଜମି ହଡପ କରିଛି ରାମକୋ: ସରପଞ୍ଚଙ୍କ ଆନ୍ଦୋଳନ ଧମକ

  • ଗୋଚର,ଦେବୋତ୍ତର ଓ ସରକାରୀ ଜମି ହାତେଇଛି ରାମକୋ

  • ଥାନୁଆଳ ସରପଞ୍ଚଙ୍କ ଦସ୍ତଖତ ଜାଲକରି ଜମି ହଡପ୍

  • ସ୍ଥାନୀୟ ନିଯୁକ୍ତିକୁ ଜାଣିଶୁଣି ଉପେକ୍ଷା

  • ପରିବେଶ ମଞ୍ଜୁରୀକୁ ଫୁ

  • ସରପଞ୍ଚ ଦେଲେ ଆନ୍ଦୋଳନ ଧମକ

ପଦାରେ ପଡିଲା ରାମୋକୋ ସିମେଣ୍ଟ କାରଖାନାର ଭୟଙ୍କର କେଳଙ୍କାରୀର ଚିତ୍ର। ଏକଥା ଆଉ କେହି ନୁହେଁ ବରଂ ଯେଉଁ ଅଞ୍ଚଳରେ ଏହି କାରଖାନା ଗଢିଉଠିଛି ସେହି ଅଞ୍ଚଳର ଜଣେ ଜନ ପ୍ରତିନିଧି ସରପଞ୍ଚ ଏଭଳି ସାଂଘାତିକ୍ ଅଭିଯୋଗ ଆଣିଛନ୍ତି।

 

ଆମେ କହୁଛୁ ଯାଜପୁର ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହରିଦାସପୁର ଅଞ୍ଚଳରେ ଗଢି ଉଠିଥିବା ରାମୋକେ ସିମେଣ୍ଟ କାରଖାନାର କଥା। ରାଜନେତା ଆଉ ସରକାରୀ ଅଧିକାରୀଙ୍କ ଯୌଥ ଉଦ୍ୟୋଗରେ ଗଢି ଉଠିଥିବା ଏହି ଦକ୍ଷୀଣ ଭାରତୀୟ ସିମେଣ୍ଟ କମ୍ପାନୀ ରାମକୋ କିପରି ସବୁ ନୀତି ନିୟମକୁ ଜଳାଞ୍ଜଳୀ ଦେଇ ଗୋଚର, ଦେବୋତ୍ତର ଏପରିକି ସରକାରୀ ଜମିକୁ ଜବରଦଖଲ କରି କାରଖାନା କରିଛି ତାହାର ଏକ ପ୍ରମାଣ ଲାଗିଛି ସତ୍ୟପାଠ ନ୍ୟୁଜ୍ ହାତରେ।

 

ଅଭିଯୋଗ ଆଣିଛନ୍ତି ଥାନୁଆଳ ପଞ୍ଚାୟତର ସରପଞ୍ଚ ଅମୂଲ୍ୟଧନ ଜେନା। ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀ କରି ସେ ଯେଉଁ ତଥ୍ୟ ରଖିଛନ୍ତି ତାହା ଜାଣିଲେ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି ତା’ଠାରୁ ଅଧିକ ଲଜ୍ଜା ଲାଗୁଛି। ସ୍ବଚ୍ଛ ଶାସନର ଦ୍ବାହି ଦେଇ ଲୋକଙ୍କୁ ଗତ ୨୦ ବର୍ଷ ଧରି ଶାସନ କରୁଥିବା ନବୀନ ବାବୁଙ୍କ ରାଜ୍ୟରେ କିପରି ଖୋଲାଖୋଲି ଚଞ୍ଚକତା କରି ଜମି ହଡପ କରାଯାଏ ତାହାର ଜ୍ବଳନ୍ତ ପ୍ରମାଣ ଦେଖିବାକୁ ମିଳିଛି ଏଠାରେ। ଥାନୁଆଳ ସରପଞ୍ଚ ଅଭିଯୋଗ କରିଛନ୍ତିକି ଧର୍ମଶାଳା ତହସିଲର ହରିଦାସପୁର ଥାନୁଆଳ ଓ ଆରୁହା ପଞ୍ଚାୟତର ମଧ୍ୟ ସ୍ଥଳରେ ଗଢି ଉଠିଥିବା ରାମକୋ ସିମେଣ୍ଟ କାରଖାନା ବହୁ ଏକର ଗୋଚର, ଦେବୋତ୍ତର ଆଉ ସରକାରୀ ଜମି ଉପରେ ନିର୍ମାଣ ଚାଲିଛି।

୮୦ ପ୍ରତିଶତ କାର୍ଯ୍ୟ ସରିବାକୁ ବସିଥିବା ବେଳେ କାରଖାନା ଚାଲୁକରିବା ପାଇଁ କଞ୍ଚାମାଲ୍ ଆଣି ଠୁଳ କରାଗଲାଣି। କିନ୍ତୁ ବିଡମ୍ବନାର ବିଷୟ ଏଯାଏ କାରଖାନା କର୍ତ୍ତୃପକ୍ଷ ସ୍ଥାନୀୟ ନିଯୁକ୍ତି ବା ପରିବେଶ ମଞ୍ଜୁରୀ ଉପରେ ଧ୍ୟାନ ଦେଲେନାହିଁ। ଚଞ୍ଚକତା କରି ରାଜ୍ୟ ବାହାରର ଠିକାଦାର ଓ ଶ୍ରମିକ ନିଯୁକ୍ତି ହେଉଥିବା କଥା ସ ସରପଞ୍ଚ ଅଭିଯୋଗ କରିଛନ୍ତି। ତାଙ୍କ କହିବା କଥା ପରିବେଶ ମଞ୍ଜୁରୀ ସଠିକ୍ ଉପାୟରେ ମିଳିନାହିଁ। ଏପରିକି ତାଙ୍କ ନିଜ ଦସ୍ତଖସ୍ତକୁ ମଧ୍ୟ ଜାଲ୍ କରି କାରଖାନା କର୍ତ୍ତୃପକ୍ଷ ସ୍ଥାନୀୟ ରାଜନେତାଙ୍କ ସହାୟତାରେ ସବୁକିଛି ହାସଲ କରି ନେଇଛନ୍ତି।

୫ଶହ ଏକର ଜମି ଉପରେ ନିର୍ମାଣାଧୀନ ଏହି କାରଖାନା ଆରମ୍ଭ ପୂର୍ବରୁ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଦିଆ ଯାଇଥିବା ପ୍ରତିଶ୍ରୁତି ଏବେ ପାଣିର ଗାର ପାଲଟିବାକୁ ବସିଛି। ଶୁଣିବାକୁ ମିଳୁଛି ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଏବଂ ତୃତୀୟ ମହାଲାର ଜଣେ ଅଣ ଓଡିଆ ଅଧିକାରୀଙ୍କ ମାଲିକାନାରେ ଆରମ୍ଭ ହୋଇଥିବା ଏହି ଯୌଥ ଉଦ୍ୟୋଗ ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଆଖି ବୁଜି ଦେଇଛି। ଏଠାରେ ସ୍ମରଣଯୋଗ୍ୟ ଗତ କିଛିମାସ ପୂର୍ବେ ହରିଦସପୁର ଭିଏଲଡବ୍ଲ୍ୟୁ ସ୍ମିତାରାଣୀ ମୃତ୍ୟୁ ତାମଲା ଏବଂ ଏହି ରାମକୋ କାରଖାନା ଏବଂ ଏହାର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ସେତେବେଳେ ରାଜ୍ୟରେ ଝଡ ସୃଷ୍ଟି ହୋଇଥିଲା।

ରୂପେଶ୍ ଭଦ୍ରା ନାମକ ଜନୈକ ସରକାରୀ ଦଳର ନେତା ଆଉ ରାମକୋକୁ ନେଇ ଅନେକ କଥା ଉଠିଥିଲା। ଏହା ମଧ୍ୟରେ ସରପଞ୍ଚ ଅମୂଲ୍ୟଧନ ଜେନାଙ୍କ ଅଭିଯୋଗ ସ୍ଥାନୀୟ ରାଜନେତା ଆଉ କମ୍ପାନୀ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଗଢି ଉଠିଥିବା ପାପ ମେଣ୍ଟ ପଦାକୁ ଆସିଛି। ଜନ ପ୍ରତିନିଧି ଆଣିଥିବା ଅଭିଯୋଗ ଯଦି ସତ୍ୟ ହୋଇଥାଏ ତା’ହେଲେ ତାହା ଅତ୍ୟନ୍ତ ସାଂଘାତିକ୍। ଏ ସମସ୍ତ ଦିଗପ୍ରତି ଦୃଷ୍ଟି ଦେଇ ରାମକୋ କର୍ତ୍ତୃପକ୍ଷ ଯଦି ସମାଧାନ ପାଇଁ ରାସ୍ତା ନ ଖୋଲନ୍ତି ତେବେ ଆସନ୍ତା ୧୦ ତାରିଖଠାରୁ କାରଖାନା ସମ୍ମୁଖରେ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।

Related Posts