ମହାନଦୀ ଜଳବିବାଦ ଶୁଣାଣୀ ଘୁଞ୍ଚିଲା

ସତ୍ୟପାଠ ବ୍ୟୁରୋ : ଘୁଞ୍ଚିଲା ମହାନଦୀ ଜଳ ବିବାଦ ଶୁଣାଣୀ । ତେବେ ଟ୍ରିବୁନାଲରେ ଓଡିଶା ସମସ୍ତ ଦସ୍ତାବିଜ ଦାଖଲ କରିଥିବା ବେଳେ ମଧ୍ୟବର୍ତ୍ତୀକାଳୀନ ଆବେଦନର ଶୁଣାଣି ଶେଷ ହୋଇଛି । ଆସନ୍ତା ସେପ୍ଟେମ୍ବର ୨୮ ତାରିଖରେ ପରବର୍ତ୍ତୀ ଶୁଣାଣୀ ହେବ ବୋଲି ଜଣାପଡିଛି ।

ମହାନଦୀ ଉପରେ ଛତିଶଗଡ଼ ନିର୍ମାଣ କରୁଥିବା ଛଅଟି ବ୍ୟାରେଜ୍ ଉପରେ ରହିତାଦେଶ ଲାଗୁ କରିବା ଏବଂ ଅଣମୌସୁମୀ ସମୟରେ ଓଡ଼ିଶ ପଟ ମହାନଦୀକୁ ୧. ୭୪ ମିଲିୟନ୍ ଏକର୍ ଫୁଟ୍ ଜଳ ଛଡ଼ାଯାଉ ବୋଲି ମଧ୍ୟବର୍ତ୍ତୀକାଳୀନ ଆବେଦନରେ ଓଡ଼ିଶା ଦାବି କରିଥିଲା । ଆଉ ଏଏମ୍ ଖାନଓ୍ଵିଲକରଙ୍କ ନେତୃତ୍ୱାଧୀନ ତିନିଜଣିଆ ଖଣ୍ଡପୀଠରେ ଆଜି ଓଡ଼ିଶା ସତ୍ୟପାଠ ଏବଂ ସମସ୍ତ ଦସ୍ତାବିଜ୍ ଦାଖଲ କରିଛି ବୋଲି ଆଡଭୋକେଟ୍ ଜେନେରାଲ୍ ଅଶୋକ ପରିଜା କହିଛନ୍ତି ।

Related Posts