ଅନ୍ଧାର ରାତି , ପ୍ରବଳ ବର୍ଷା, ରେଲଓ୍ବେର ଏହି କର୍ମଚାରୀ ୭ କିଲୋମିଟର ଚାଲି ଚାଲି ବଂଚାଇଲେ ହଜାର ହଜାର ଲୋକଙ୍କ ଜୀବନ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ରାଜସ୍ଥାନର କୋଟା ରେଲଓ୍ବେ ଡିଭିଜନର ଜଣେ ଗ୍ରେଡ଼- ଡି କର୍ମଚାରୀଙ୍କୁ ନେଇ ଏବେ ଜୋରସୋରରେ ଚାଲିଛି ଚର୍ଚ୍ଚା। ଅନ୍ଧାର ରାତ୍ରୀରେ ୭ କିମି ବାଟ ଚାଲି କର୍ମଚାରୀ ଜଣକ ଯେଉଁ କାମ କରିଛନ୍ତି ତାହା ହଜାର ହଜାର ଲୋକଙ୍କ ଜୀବନ ବଂଚିଯାଇଛି। ଆଉ ତାଙ୍କର ଏହି କାମ ଲାଗି ପୂରା ରେଳବାଇ ତାଙ୍କୁ ପ୍ରଶଂସିତ କରିଛି।

ଘଟଣା ହେଉଛି ରାଜସ୍ଥାନର କୋଟା ଡିଭିଜନର । ସୂଚନା ମୁତାବକ , ରାହୁଲ ନାମକ ଜଣେ କର୍ମଚାରୀ ଲାଖେରୀରେ ଏମସିଏଫ ଭାବରେ କାର୍ଯ୍ୟ କରୁଛନ୍ତି। ଅଗଷ୍ଟ ୩ ତାରିଖ ରାତିରେ ଇନ୍ଦ୍ରଗଡରେ ପ୍ରବଳ ବର୍ଷା ହୋଇଥିଲା। ସ୍ଥିତି ଏପରି ହୋଇଥିଲା କି ରେଳ ଲାଇନ୍‌ ପୂରା ପାଣିରେ ବୁଡ଼ି ଯାଇଥିଲା। ଏଭଳି ପରିସ୍ଥିତିରେ ରାହୁଲ ଦୁଇ କିଲୋମିଟର ପାଦରେ ଚାଲି ଚାଲି ଲେବଲ କ୍ରସିଂ ଗେଟ୍ ନମ୍ବର ୧୩୭ ର ସଞ୍ଚାର ବ୍ୟବସ୍ଥା ଠିକ୍ କରିଥିଲେ।

ଏକ୍ସେଲ କାଉଣ୍ଟର ଆଟେଣ୍ଡ କରିଥିଲେ। ଏହା ପରେ ଅଧାରାତିରେ ପ୍ରାୟ ୧ଟା ୩୦ ମିନିଟ୍‌ରେ ସୂଚନା ମିଳିଥିଲା ଯେ, ଇନ୍ଦ୍ରଗଡ ଲାଖୋରୀ ଭିତରେ ୟାର୍ଡରେ ପାଣି ଭରି ଯାଇଥିଲା। ଆଉ ଏହାର ଖବର ପାଇବା ପରେ ସାଙ୍ଗେ ସାଙ୍ଗେ ରାହୁଲ ଘଟଣାସ୍ଥଳକୁ ଯାଇଥିଲେ । ଅନ୍ଧାର ରାତ୍ରୀରେ ପ୍ରାୟ ୭ କିମି ବାଟ ଚାଲି ଚାଲି ଯାଇଥିଲେ।

ସେ ଟ୍ରେନ ଲାଇନ୍‌ ସମ୍ପର୍କରେ ଉଚ୍ଚ ଅଧିକାରୀଙ୍କୁ ଖବର ଦେଇଥିଲେ। ଏହାପରେ ଘଟଣା ସ୍ଥଳରେ ରେଳବାଇର ଅଧିକାରୀ ପହଞ୍ଚିଥିଲେ । ତେବେ ଏହି ଖବର ଜଣାପଡ଼ିବା ପରେ ରାହୁଲଙ୍କ କାମକୁ ନେଇ ଚାରିଆଡୁ ପ୍ରଶଂସା କରାଯାଉଛି। ରାହୁଲଙ୍କୁ ରେଳବାଇ ପକ୍ଷରୁ ପୁରସ୍କୃତ କରାଯାଇଛି।

Related Posts