
ନୂଆଦିଲ୍ଲୀ : ଭାରତୀୟ ରେଳବାଇ ରେକର୍ଡ ସୃଷ୍ଟି କରିଛି । ଅଗଷ୍ଟରେ ୧୧୯.୩୨ ନିୟୁତ ଟନ ମାଲ ବୋଝେଇ କରି ପରିବହନ କରିଛି । ଭାରତୀୟ ରେଳବାଇର ମାଲ ବୋଝେଇ ବୃଦ୍ଧିରେ କୋଇଲା ୯.୨ ନିୟୁତ ଟନ ରହିଥିବା ବେଳେ ତା ପଛକୁ ୦.୭୧ ନିୟୁତ ଟନ ସାର, ୦. ୬୮ ନିୟୁତ ଟନ ବଳକା ସାମଗ୍ରୀ ଓ ୦.୬୨ ଟନ କଣ୍ଟେନର ରହିଛି ।
୨୦୨୨-୨୩ ଆର୍ଥିକ ବର୍ଷରେ ଯାନବାହାନ ବୋଝେଇ ମାଲ ପରିବହନ ବ୍ୟବସାୟର ଆଉ ଏକ ସଫଳତା ବୋଲି ଜଣାପଡିଛି । ୨୦୨୨-୨୩ ଆର୍ଥିକ ବର୍ଷରେ ଅଗଷ୍ଟରେ ୨୨୦୬ ରେକ ବୋଝେଇ ହୋଇଥିବା ବେଳେ ଗତ ବର୍ଷର ଏହି ସମୟ ମଧ୍ୟରେ ଏହି ସଂଖ୍ୟା ୧୩୧୪ ଥିଲା । ଏଥିରେ ଶତକଡା ୬୮ ଭାଗ ବୃଦ୍ଧି ପରିଲକ୍ଷିତ ହୋଇଛି ।
ଏହି କ୍ରମବର୍ଦ୍ଧିଷ୍ଣୁ ମାଲ ବୋଝେଇ ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ୬୨୦.୮୭ ନିୟୁତ ଟନ ଥିବାବେଳେ ୨୦୨୧-୨୨ରେ ଏହା ୫୬୨.୭୫ ନିୟୁତ ଟନ ଥିଲା । ଏଥିରେ ୫୮.୧୧ ନିୟୁତ ଟନ ଅର୍ଥାତ ପୂର୍ବ ବର୍ଷ ତୁଳନାରେ ଶତକଡା ୧୦.୩୨ ଭାଗ ବୃଦ୍ଧି ପାଇଛି । ଶକ୍ତି ଓ କୋଇଲା ମନ୍ତ୍ରଣାଳୟ ସହ ସମନ୍ୱୟ ରକ୍ଷା କରି କୋଇଲା ଯୋଗାଣ ପାଇଁ ଭାରତୀୟ ରେଳବାଇର ନିରନ୍ତର ଉଦ୍ୟମ ଅଗଷ୍ଟ ମାସରେ ମାଲ ପରିବହନ ବୃଦ୍ଧିର ପ୍ରମୁଖ ବୈଶିଷ୍ଟ୍ୟ ହୋଇଛି । ଉଭୟ ଘରୋଇ ଓ ରପ୍ତାନୀ ଭିତ୍ତିକ କୋଇଲା ଶକ୍ତି କେନ୍ଦ୍ର ଯୋଗାଣ ପରିମାଣ ୧୦.୪୬ ନିୟୁତ ଟନ ବୃଦ୍ଧି ପାଇଛି ।
ଗତ ଅଗଷ୍ଟ ସୁଦ୍ଧା ୪୪.୬୪ ନିୟୁତ ଟନ ଶକ୍ତି କେନ୍ଦ୍ର ଗୁଡିକୁ ପଠାଯାଇଥିବା ବେଳେ ଗତ ବର୍ଷ ଏହି ସମୟ ମଧ୍ୟରେ ଏହାର ପରିମାଣ ୩୪.୧୮ ନିୟୁତ ଟନ ଥିଲା ଯାହାକି ଶତକଡା ୩୧ ଭାଗ ଅଧିକ । ବର୍ଷର ପ୍ରଥମ ପାଞ୍ଚ ମାସ ମଧ୍ୟରେ ଭାରତୀୟ ରେଳବାଇ ୫୮.୪୧ ନିୟୁତ ଟନ ଅଧିକ କୋଇଲା ଶକ୍ତି କେନ୍ଦ୍ରକୁ ପଠାଇଥିବାବେଳେ ଗତ ବର୍ଷ ଏହି ସମୟ ମଧ୍ୟରେ ଏଥିରେ ଶତକଡା ୩୨ ଭାଗରୁ ଅଧିକ ଅଭିବୃଦ୍ଧି ଘଟିଛି ।