ରଘୁବରଙ୍କ ଆସନରୁ ଲଢ଼ିବେ ବୋହୂ ପୂର୍ଣ୍ଣିମା

 

ଭୁବନେଶ୍ୱର,୨୦/୧୦(ସତ୍ୟପାଠ ବ୍ୟୁରୋ):  ନିର୍ବାଚନ ଲଢ଼ିବେ ରାଜ୍ୟପାଳ ରଘୁବର ଦାସଙ୍କ ବୋହୁ ପୂର୍ଣ୍ଣିମା ଦାସ । ତାଙ୍କୁ ବିଜେପି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଟିକେଟ ଦେଇଛି । ତେବେ ସବୁଠାରୁ ବଡ଼ କଥା ହେଲା ସେ ପୂର୍ବରୁ ରଘୁବର ଲଢ଼ୁଥିବା ଜାମସେଦପୁର ପୂର୍ବ ଆସନରୁ ପ୍ରାର୍ଥୀ ହୋଇଛନ୍ତି । ସମାନ ଆସନରୁ ରଘୁବର ଦାସ ନିଜେ ୨୦୧୯ରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ପରାଜିତ ହୋଇଥିଲେ   ଏଥର ସମାନ ଆସନରୁ ତାଙ୍କ ବୋହୁଙ୍କୁ ଟିକେଟ ମିଳିଛି । ତେବେ ପୁର୍ଣିମା ହେଉଛନ୍ତି ଛତିଶଗଡର ଝିଅ, ସେ ସାମ୍ବାଦିକତା ପାଠ ପଢ଼ିଛନ୍ତି | ବିଜେପି ତାଙ୍କୁ ଟିକେଟ ଦେବାପରେ ସେ କହିଛନ୍ତି ଯେ, ଗତ ସାଢେ ୬ ବର୍ଷ ଧରି ସେ ଲୋକଙ୍କ ସେବା କରିଛନ୍ତି । ବୋହୂ ନୁହେଁ ବରଂ ଝିଅ ଭାବେ ଏଥର ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ପୁର୍ଣିମା କହିଛନ୍ତି ।

ତେବେ ଝାଡ଼ଖଣ୍ଡ ନିର୍ବାଚନ ମୈଦାନକୁ ନିଜେ ରଘୁବର ଦାସ ଓହ୍ଲାଇ ପାରନ୍ତି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା । ହେଲେ ଶେଷରେ ତାଙ୍କ ବୋହୁଙ୍କୁ ବିଜେପି ଟିକେଟ ଦେଇଛି । ଶନିବାର ବିଜେପି ଝାଡ଼ଖଣ୍ଡ ନିର୍ବାଚନ ପାଇଁ ୬୬ ଜଣିଆ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଧାନବାଦରୁ ବାବୁଲାଲ ମାରାଣ୍ଡିଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ଷଢେଇକଳା ଆସନରୁ JMM ଏଉ ଆସିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କୁ ଟିକେଟ ମିଳିଛି । ଝାଡ଼ଖଣ୍ଡରେ ଆସନ୍ତା ନଭେମ୍ବର ୧୩ ଓ ୨୦ ତାରିଖରେ ମତଦାନ ହେବାକୁ ଥିବାବେଳେ ନଭେମ୍ବର ୨୩ରେ ଫଳାଫଳ ପ୍ରକାଶ ପାଇବ।

Related Posts