ସିସିଡି ମାଲିକ ସିଦ୍ଧାର୍ଥଙ୍କ ମୃତଦେହ ଉଦ୍ଧାର

ସତ୍ୟପାଠ ବ୍ୟୁରୋ : ଦୁଇଦିନ ଧରି ନିଖୋଜ ଥିବା ‘କାଫେ କଫି ଡେ (ସିସିଡି)’ର ମାଲିକ ଭିଜି ସିଦ୍ଧାର୍ଥଙ୍କ ମୃତଦେହ ମିଳିଛି । କର୍ଣ୍ଣାଟକ ମାଙ୍ଗାଲୋର ନିକଟ ନେତ୍ରାବତୀ ନଦୀକୂଳରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ପୁଲିସ ସୂଚନା ଦେଇଛି ।

ତେବେ ଉଦ୍ଧାର ଶବ ସିଦ୍ଧାର୍ଥଙ୍କର ବୋଲି ତାଙ୍କ ବନ୍ଧୁ ଓ ପରିବାରବର୍ଗ ନିଶ୍ଚିତ କରିଥିବା ମାଙ୍ଗାଲୋର ବିଧାୟକ ଖୁଟି ଖାଦେର କହିଛନ୍ତି । ୱେନଲକ୍ ହସପିଟାଲକୁ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି ବୋଲି ମାଙ୍ଗାଲୋର ପୁଲିସ କମିଶନର ସନ୍ଦୀ ପାଟିଲ କହିଛନ୍ତି ।

ସୋମବାର ସଂଧ୍ୟାରେ ଉଲ୍ଲାଲ ଓ ମାଙ୍ଗାଲୋର ମଧ୍ୟସ୍ଥ ନଦୀପୋଲ ଉପରୁ ସିଦ୍ଧାର୍ଥ ନିଖୋଜ ଥିବା ତାଙ୍କ ଡ୍ରାଇଭର ପୁଲିସକୁ କହିଥିଲା । ଏପରିକି ସିଦ୍ଧାର୍ଥଙ୍କ ଭଳି ଜଣେ କେହି ପୋଲ ଉପରୁ ନେତ୍ରାବତୀ ନଦୀକୁ ଡେଇଁଥିବା ଜଣେ ମତ୍ସ୍ୟଜିବୀ ମଧ୍ୟ ପୁଲିସକୁ କହିବା ପରେ ପୁଲିସ ସର୍ଚ୍ଚ ଅପରେସନ ଚଳାଇଥିଲା । ପାଖାପାଖି ୧୦୦ଜଣିଆ ଏକ ଉଦ୍ଧାରକାରୀ ଦଳ ସିଦ୍ଧାର୍ଥଙ୍କୁ ଖୋଜିବାରେ ନିୟୋଜିତ ହୋଇଥିଲେ ।

Related Posts