ରାଜ୍ୟସଭାରେ ଆଗତ ହେଲା ଟ୍ରିପଲ ତଲାକ୍ ବିଲ୍

ସତ୍ୟପାଠ ବ୍ୟୁରୋ : ରାଜ୍ୟସଭାରେ ଆଗତ ହେଲା ଟ୍ରିପଲ ତଲାକ ବିଲ୍ । ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଆଜି ରାଜ୍ୟସଭାରେ ଏହାକୁ ଆଗତ କରିଛନ୍ତି । ପୂର୍ବରୁ ଗତ ୨୫ ତାରିଖରେ ତିନି ତଲାକକୁ ଅପରାଧ ଭାବେ ବିବେଚନା କରିବା ଲାଗି ପ୍ରସ୍ତୁତ ହୋଇଥିବା ଏହି ବିଲ୍ ଲୋକସଭାରେ ପାରିତ ହୋଇଥିଲା।  ରାଜ୍ୟସଭାରେ ତିନି ତଲାକ ବିଲ୍ କୁ ପାରିତ କରିବା ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ । କାରଣ ରାଜ୍ୟସଭାରେ ବିଜେପି ପାଖରେ ବହୁମତ ନାହିଁ । ତେଣୁ ଅଣ ଏନଡିଏ, ଅଣ ୟୁପିଏ ଦଳଗୁଡ଼ିକର ସାଂସଦମାନଙ୍କ ଉପରେ ନିର୍ଭର କରିବ ।

ଲୋକସଭାରେ ବିଜେଡି, ତେଲେଙ୍ଗାନା ରାଷ୍ଟ୍ର ସମିତି ଏବଂ ୱାଇଏସଆର କଂଗ୍ରେସ ସମର୍ଥନରେ ଗତ ସପ୍ତାହରେ ସୂଚନା ଅଧିକାର ବିଧେୟକ ପାରିତ କରିଥିଲା । ତେଣୁ ରାଜ୍ୟସଭାରେ ମଧ୍ୟ ବିଲକୁ ପାରିତ କରିବା ଲାଗି ବିଜେପି ଏହି ଦଳଗୁଡ଼ିକର ସମର୍ଥନ ଆଶା ରଖିଛି । ବର୍ତ୍ତମାନ ସମୟରେ ଏନଡିଏ ସରକାରଙ୍କ ସପକ୍ଷରେ ୧୦୩ଜଣ ସାଂସଦଙ୍କ ସମର୍ଥନ ରହିଛି । ବିଜେଡି ଏହାକୁ ସମର୍ଥନ କରିବ ବୋଲି ସବୁଜ ସଙ୍କେତ ଦେଇ ସାରିଛି

Related Posts