ନବ ଦାସଙ୍କ ପରଲୋକ: ରାଜ୍ୟ ବ୍ୟାପୀ ୩ ଦିନିଆ ଶୋକ ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର,୨୯/୧(ସତ୍ୟପାଠ ବ୍ୟୁରୋ): ଝାରସୁଗୁଡା ବିଧାୟକ ତଥା ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ରବିବାର ଗୁଳିମାଡରେ ମୃତ୍ୟୁ ହୋଇଛି। ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯିବା ବେଳେ ଗୋପାଳ ଦାସ ନାମକ ଜଣେ ଏଏସଆଇ ଅତି ନିକଟରୁ ତାଙ୍କୁ ଗୁଳିମାଡ କରିଥିଲେ। ପରେ ଏୟାରଲିଫ୍ଟରେ ତାଙ୍କୁ ଆପୋଲ ହସ୍ପିଟାଲରେକୁ ନିଆଯାଇଥିଲା। ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।

ସେଠାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ଅଣାଯିବା ପରେ ତାଙ୍କର ପୋଷ୍ଟମର୍ଟମ କରାଯାଇଛି। ଦୁଇଜଣିଆ ଡାକ୍ତର ଟିମ ପୋଷ୍ଟମର୍ଟମ କରିଛନ୍ତି। ପୋଷ୍ଟମର୍ଟମର ଭିଡିଓଗ୍ରାଫି ମଧ୍ୟ କରାଯାଇଛି।

ଅନ୍ୟପଟେ ନବ ଦାସଙ୍କ ପରଲୋକରେ ରାଜ୍ୟ ସରକାର ୩ ଦିନିଆ ଶୋକ ଘୋଷଣା କରିଛନ୍ତି। ଆଜିଠାରୁ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟ ବ୍ୟାପୀ ଶୋକ ପାଳନ କରାଯିବ ବୋଲି ସୂଚନା ମିଳିଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ସମସ୍ତ ସରକାରୀ ମନୋରଂଜନ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ଏହାସହିତ ନବଙ୍କ ସମ୍ମାନରେ ୨ ଦିନ ଅଦ୍ଧନମିତ ହେବ ଜାତୀୟ ପତାକା। ସୋମବାର ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ। ଶେଷକୃତ୍ୟ ସ୍ଥଳରେ ରାଜ୍ୟର ୩ଜଣ ମନ୍ତ୍ରୀ ଉପସ୍ଥିତ ରହିବେ, ଏହାସହିତ ଶେଷକୃତ୍ୟ ସ୍ଥଳରେ ବି ଜାତୀୟ ପତାକା ଅର୍ଦ୍ଧନମିତ ରହିବ ବୋଲି କୁହାଯାଇଛି।

Related Posts