ଦ୍ୱାରକା ଶାରଦା ପୀଠର ଶଙ୍କରାଚାର୍ଯ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ପରଲୋକ

ଇନ୍ଦୋର: ଆଖି ବୁଜିଲେ ଦ୍ୱାରକା ଶାରଦା ପୀଠର ଶଙ୍କରାଚାର୍ଯ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ପରଲୋକ । ୯୯ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମଧ୍ୟ ପ୍ରଦେଶର ନରସିଂହପୁରରେ ତାଙ୍କର ନିଧନ ହୋଇଛି।

ସୂଚନା ଅନୁସାରେ ଶନିବାର ଅପରାହ୍ଣ ୩ଟା ସମୟରେ ସେ ନିଜ ଆଶ୍ରମରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କିଛି ଦିନ ତଳେ ସେ ନିଜର ୯୯ ତମ ଜନ୍ମ ଦିବସ ଧୁମଧାନରେ ପାଳନ କରିଛନ୍ତି । ୧୯୨୪ ମସିହା ସେପ୍ଟେମ୍ୱର ୨ ତାରିଖରେ ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୁପାନନ୍ଦ ସରସ୍ୱତୀଙ୍କ ଜନ୍ମ ହୋଇଥିଲା । ସେ ଦ୍ୱାରକା ଏବଂ ଜ୍ୟୋତିର୍ମଠ ପୀଠର ଶଙ୍କରଚାର୍ଯ୍ୟ ଥିଲେ ।

Related Posts