ସ୍ତ୍ରୀ ଆଗରେ ମୃତ୍ୟୁର ଲମ୍ପ: 3 ଦିନ ପରେ ବି ମିଳୁନି ଦେବବ୍ରତଙ୍କ ପତ୍ତା

ସ୍ତ୍ରୀଙ୍କ ସହ ବଚସା କାରଣରୁ ନଈକୁ ଡେଇଁଲେ ସ୍ବାମୀ । ବୁଧବାର ସ୍ତ୍ରୀ ଓ ପୁଅକୁ କାଠଯୋଡ଼ି ପୋଲ ଉପରେ ଛାଡ଼ି ନଦୀକୁ ଡେଇଁଲେ ନିଆଳି ଅଞ୍ଚଳର ଦେବବ୍ରତ । ସେ ପୁଅ ଓ ସ୍ତ୍ରୀଙ୍କୁ ସାଙ୍ଗରେ ନେଇ କଟକ ଆସୁଥିଲେ । ପାରିବାରିକ କଳହ ଯୋଗୁଁ ସେ କାଠଯୋଡ଼ି ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା କୁହାଯାଉଛି । ଘଟଣାକୁ ତିନି ଦିନ ବିତି ଯାଇଥିଲେ ବି ଏଯାଏ ଦେବବ୍ରତଙ୍କ ପତା ମିଳୁନି । ଲଗାତାର ତୃତୀୟ ଦିନ ପାଉଁ ସର୍ଚ୍ଚ ଅପରେସନ ଜାରି ରହିଛି । ଓଡ୍ରାଫ, ଅଗ୍ନିଶମ ଟିମ୍ ଏବଂ ସ୍କୁବା ଡାଇଭର ପାଣି ଭିତରେ ବୁଡି ଖୋଜାଖୋଜି ଜାରି ରଖିଛନ୍ତି ।  ୪ ଟି ୱାଟର ବୋଟରେ ୪୦ରୁ ଅଧିକ ଉଦ୍ଧାରକାରୀ ଆଉ ତାସହ ଅଭିଜ୍ଞ ସ୍ୱୁବା ଡାଇଭର ପାଣି ଭିତରେ ପଶି ଘଣ୍ଟା ଘଣ୍ଟା ଧରି ଅନବରତ ପ୍ରୟାସ ଜାରି ରଖିଛନ୍ତି ।

Related Posts