ସ୍ନାନ ବେଦୀରେ ଶ୍ରୀଜିଉ

68

ସତ୍ୟପାଠ ବ୍ୟୁରୋ : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ପହଣ୍ଡିରେ ଆସି ସ୍ନାନ ବେଦୀରେ ପହଂଚି ସାରିଛନ୍ତି ଚତୁର୍ଦ୍ଧାମୂର୍ତ୍ତୀ । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ । ସ୍ନାନଯାତ୍ରା ପୂର୍ବରୁ ସ୍ନାନବେଦୀକୁ ସୁସଜ୍ଜିତ କରାଯାଇଛି ।

Snana Purnima Live From Puri

ପୁରୀରୁ ପବିତ୍ର ସ୍ନାନ ପୂର୍ଣ୍ଣମୀର ସିଧା ପ୍ରସାରଣ

Posted by Satyapatha on Sunday, June 16, 2019

ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ ପାଇଁ ମନ୍ଦିର ପ୍ରଶାସନ କାର‌୍ୟ୍ୟସୂଚୀ ପ୍ରସ୍ତୁତ କରିଛି । ଏହି ଆଧାରରେ ଆଜି ସାଢ଼େ ୩ଟାରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଛେରା ପହଁରା କରିବେ । ଅପରାହ୍ଣ ସାଢ଼େ ୩ଟାରୁ ଶ୍ରୀଜିଉଙ୍କ ହାତୀବେଶ ଅନୁଷ୍ଠିତ ହେବ । ସେହିଭଳି ରାତି ୭ଟାରୁ ସାହାଣମେଳା ନୀତି ଆରମ୍ଭ ହେବ । ଏତଦ ବ୍ୟତୀତ ଅନ୍ୟାନ୍ୟ ନୀତି ଠିକ ସମୟରେ ଅନୁଷ୍ଠିତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ମୁତୟନ କରାଯାଇଛି । ଭିଡ଼ ନିୟନ୍ତ୍ରଣ ପାଇଁ ୩୦୦ ପୋଲିସ ଅଧିକାରୀ ଓ ୧୨୪ ସେକ୍ସନ ଫୋର୍ସ ମୁତୟନ କରାଯାଇଛି ।

Comments are closed.