ବଲାଙ୍ଗୀରରେ ଏନକାଉଣ୍ଟର; ଦୁର୍ଦ୍ଦାନ୍ତ ଅପରାଧି ସୀତା ଜଖମ

ସତ୍ୟପାଠ ବ୍ୟୁରୋ : ବଲାଙ୍ଗୀର ପୁଇଁତଳାରେ ପୁଲିସର ଏନକାଉଣ୍ଟର । ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୀତାରାମ ରଣା ଆହତ ହୋଇଛି । ତାକୁ ସମ୍ବଲପୁର ବୁର୍ଲା ମେଡିକାଲରେ ଭର୍ତ୍ତୀ କରାଯାଇଛି । ସୀତାରାମ ନାଁରେ ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ଥିବା ପୁଲିସ ସୂଚନା ଦେଇଛି ।

ବଲାଙ୍ଗୀର ଏସଡିପିଓ ଶ୍ରୀମନ୍ତ ବାରିକଙ୍କ ସୂଚନା ଅନୁସାରେ, ଗତକାଲି ରାତିରେ ପୁଇଁତଳା ମହିମୁଣ୍ଡାରେ ସୀତାରାମ ଥିବା ଖବର ପାଇଥିଲା ପୁଲିସ । ତେବେ ପୁଲିସ ଚଢ଼ାଉ ବେଳେ ସେ ପୁଲିସ ଉପରକୁ ଗୁଳି ଚଳାଇ ଖସି ଯିବାକୁ ଚେଷ୍ଟା କରିଥିଲା । ପୁଲିସ ପାଲଟା ଗୁଳିରେ ଜଖମ ହୋଇଥିଲା ସୀତା । ତାର ବାମ ଗୋଡରେ ଗୁଳି ବାଜିଛି । ତାକୁ ପ୍ରଥମେ ବଲାଙ୍ଗୀର ମେଡିକାଲ ଓ ପରେ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି । ତା ପାଖରୁ ଏକ ଦେଶୀ ମାଉଜର ଜବତ କରାଯାଇଛି ।

Related Posts