ଜୀବନ ନେଉଛି ଜ୍ୱର

ସତ୍ୟପାଠ ବ୍ୟୁରୋ : ବିହାରରେ ପିଲାଙ୍କ ପାଇଁ ପ୍ରାଣଘାତୀ ସାଜିଛି ଏକ୍ୟୁଟ ଏନସେଫାଲାଇଟିସ୍ ସିଣ୍ଡ୍ରୋମ । ସ୍ୱାସ୍ଥ୍ୟ ବିଭାଗ ବି ଏନେଇ ହାତ ଟେକି ଦେଇଛି । ବାପା ମା’ଙ୍କ ଆଖି ଆଗରେ ଛଟପଟ ହୋଇ ଆଖି ବୁଜି ଦେଉଛନ୍ତିି ପିଲା । ଗଲା ୨୪ ଘଂଟାରେ ମୁଜାଫରପୁରରେ ୨୦ରୁ ଅଧିକ ପିଲାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଆଉ ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୧୦୦ ଛୁଇଁଛି ।

ଗରମ ଯେତେ ବଢ଼ୁଛି, ସଂକ୍ରମଣ ସେତେ ବଢ଼ୁଛି । ଜ୍ୱରରେ ଚାଲି ଯାଉଛି କୁନି କୁନି ପିଲାଙ୍କ ଜୀବନ । ଶ୍ରୀକ୍ରିଷ୍ଣା ମେଡିକାଲ ଓ କେଜରିୱାଲ ମୈତ୍ରୀ ସଦନ ହସ୍ପିଟାଲରେ ୧୧୫ ଜଣ ଶିଶୁଙ୍କ ଚିକିତ୍ସା ଚାଲିଛି । ସ୍ୱାସ୍ଥ୍ୟ ବିଭାଗ ତରଫରୁ ଟୀକା ବ୍ୟବସ୍ଥା କରାଯାଇଛି । ୧୦୦କୋଟି ଟଙ୍କା ବ୍ୟୟରେ ଟୀକା ବ୍ୟବସ୍ଥା ହୋଇଛି । ଏହାପରେ ବି ଏହି ସଂକ୍ରମଣ କମିବା ବଦଳରେ ବଢ଼ିବାରେ ଲାଗିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ମୁଜାଫରପୁର ଗସ୍ତରେ ଆସି ସ୍ଥିତିର ସମୀକ୍ଷା କରିଛନ୍ତି ।

Related Posts