କମୁଛି ସଂକ୍ରମଣ; ଦେଶରେ ଆରୋଗ୍ୟ ହାର ୯୮ ପ୍ରତିଶତ ଟପିଲା

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଦେଶରେ ଆରୋଗ୍ୟ ହାର ୯୮ ପ୍ରତିଶତ ଟପିଲା । ଦେଶରେ ଗୁରୁବାର ଦିନ ୩୦,୭୫୭ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ଆରୋଗ୍ୟ ହାର ୯୮ ପ୍ରତିଶତ ଟପିଯାଇଛି। ଗତ ୨୪ ଘଣ୍ଟାରେ ୫୪୧ ଜଣଙ୍କ କରୋନାରେ ମୃତ୍ୟୁ ହେବା ସହ ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୫,୧୦,୪୧୩କୁ ବୃଦ୍ଧି ପାଇଛି। ଦେଶରେ ସକ୍ରିୟ ମାମଲା ୩,୩୨,୯୧୮ ରହିଛି। ସକ୍ରିୟ ମାମଲା ମୋଟ୍ ସଂକ୍ରମଣ ମାମଲାର ୦.୭୮ ପ୍ରତିଶତ। ଶେଷ ଥର ପାଇଁ ଗତ ଜାନୁଆରି ୫ରେ ଦେଶରେ ଆରୋଗ୍ୟ ହାର ୯୮.୦୧ ପ୍ରତିଶତ ଥିଲା। ଲଗାତାର ୧୧ ଦିନ ଧରି ଦେଶରେ ଦୈନିକ ସଂକ୍ରମଣ ମାମଲା ୧ ଲକ୍ଷ ତଳେ ରହୁଛି।

ଦୈନିକ ପଜିଟିଭ୍ ହାର ୨.୬୧ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ୍ ହାର ୩.୦୪ ପ୍ରତିଶତ ରହିଛି। ଦେଶରେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୪,୧୯,୧୦,୯୮୪ରେ ପହଞ୍ଚିଥିବା ବେଳେ ମୃତ୍ୟୁ ହାର ୧.୧୯ ପ୍ରତିଶତ ରହିଛି। ଦେଶରେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୪,୧୯,୧୦,୯୮୪ ରହିଥିବା ବେଳେ ମୋଟ୍ ଟିକାକରଣ ୧୭୪.୨୪ କୋଟି ଟପିଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି।

Related Posts