କରୋନାରେ ୟୁପି ଆଇଏଏସ ଆସୋସିଏସନ ଅଧ୍ୟକ୍ଷ ଦୀପକ ତ୍ରିବେଦୀଙ୍କ ମୃତ୍ୟୁ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ଵର : ବରିଷ୍ଠ ଆଇଏଏସ୍ ଅଧିକାରୀ ତଥା ଉତ୍ତରପ୍ରଦେଶ ଆଇଏଏସ୍ ଆସୋସିଏସନର ଚେୟାରମ୍ୟାନ୍ ଦୀପକ ତ୍ରିବେଦୀ ଗୁରୁବାର ଦିନ କରୋନାରେ ପ୍ରାଣ ହରାଇଛନ୍ତି। କରୋନାରେ ଆକ୍ରାନ୍ତ ହୋଇ ସେ ଗତ କିଛି ଦିନ ହେବ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ତ୍ରିବେଦୀ ରାଜସ୍ୱ ବିଭାଗର ଦାୟିତ୍ୱ ତୁଲାଉଥିଲେ ଏବଂ ଗତ ବର୍ଷ ମାର୍ଚ୍ଚରେ ୟୁପି ଆଇଏଏସ୍ ଆସୋସିଏସନର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ। 1985 ବ୍ୟାଚ୍ ର ଆଇଏଏସ୍ ଅଧିକାରୀ, ଦୀପକ ତ୍ରିବେଦୀ ଜଣେ ଲୋକପ୍ରିୟ ଅଧିକାରୀ ଥିଲେ। ଉତ୍ତରପ୍ରଦେଶରେ ଗତ 24 ଘଣ୍ଟା ମଧ୍ୟରେ 29 ହଜାର 824 ନୂତନ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ 266 ଜଣଙ୍କର ମୃତ୍ୟୁ ଘଟିଛି।

Related Posts