ତୁମ ପାଖରେ ବହୁତ ଟଙ୍କା ଅଛି କୋଭିଡ ବେଳେ ସହାୟତା କର କଙ୍ଗନା ରାନାୱତ ଙ୍କୁ ରାକ୍ଷୀ ସାୱନ୍ତଙ୍କ କଟାକ୍ଷ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର :ଚଳଚିତ୍ର ଜଗତରେ ହେଉ ବା ରାଜନିତିକ ଚର୍ଚ୍ଚାରେ ସବୁବେଳେ ରହିବାକୁ ଭଲପାଆନ୍ତି ଏହି ଦୁଇ ଅଭିନେତ୍ରୀ କଙ୍ଗନା ରାନାୱତ ଓ ରାକ୍ଷୀ ସାୱନ୍ତ । ମହାମାରୀ ଦ୍ୱତୀୟ ଲହର ଦେଶକୁ ଦୋହଲାଇ ଦେଥିବା ବେଳେ ବହୁ ନାମୀ ଦାମୀ କଳାକର ସାହାର୍ଯ୍ୟ କରିବାରେ ସାମିଲ ହୋଇଛନ୍ତି । ସୋସିଆଲ ମିଡିଆରେ ଏକାଧିକ ଅନୁରୋଧ ଭରିରହିଛି । ଏବଂ ସେଲିବ୍ରେଟି ମାନେ ବାର୍ତ୍ତା ବୃଦ୍ଧି କରି ପ୍ରଶଂସକଙ୍କୁ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି । ଅକ୍ସିଜେନ ଓ ଟିକା ଅଭାବ ହେତୁ ହସ୍ପିଟାଲରେ ସଫଳ ଚିକିତ୍ସାରେ ବ୍ୟାଘତ ଘଟୁଛି । ରାଖୀ ସାୱନ୍ତ ମୁମ୍ବାଇର ପାପାରାଜିଙ୍କ ସହ କଥା ହୋଇ କରୋନା ମହାମାରୀଠୁ ସମସ୍ତ ଦେଶବାସୀଙ୍କୁ କହିଥିଲେ । କଙ୍ଗନା ରାଣାଓତଙ୍କ ପାଇଁ ତାଙ୍କର ବିଶେଷ ଅନରୋଧ ଥିଲା କଙ୍ଗନାଙ୍କୁ ଆଗକୁ ଆସି ଦେଶରେ କରୋନାରେ ଯନ୍ତ୍ରଣା ଭୋଗୁଥିବା ଲେକଙ୍କ ପାଇଁ ଅକ୍ସିଜେନ ସିଲଣ୍ଡର କିଣିବାରେ ସାହାଯ୍ୟ କରିବାକୁ କହିଥିଲେ । ଫଟୋ ଗ୍ରାଫରଙ୍କ ଦ୍ୱାରା ସେୟାର କରାଯାଇଥିବା ରାଖୀ ଏକ ଗଣମାଧ୍ୟମ ସହ କଥା ବାର୍ତ୍ତା ହେବା ପାଇଁ ସେ ତାଙ୍କ ଡବଲ ମାସ୍କ ଆପସରଣ କରନ୍ତି ।ତାଙ୍କ ଶୈଳୀ ରେ ସେ ସେମାନଙ୍କୁ ମହାମାରୀ ସମୟରେ କିପରି ସତର୍କତା ଅବଲମ୍ବନ କରିବାକୁ ହେବ ତାହା ବିଷୟରେ ଶିଖାନ୍ତି । ସାନିଟାଇଜରକୁ ବାୟୁରେ ସ୍ପ୍ରେକରିବା ସହ କ୍ୟାମେରାମ୍ୟାନଙ୍କୁ ସେମାନଙ୍କ ପରିବାରର ଯତ୍ନ ନେବା ପାଇଁ କୁହନ୍ତି । ପରେ କେହି ଜଣେ ତାଙ୍କୁ ପଚାରିବାର ଶୁଣାଯାଏ ତୁମେ କଙ୍ଗନାଙ୍କୁ ଦେଶରେ ମହାମାରୀରୁ ସାହାଯ୍ୟ କରିବାର ଅନୁରୋଧ କରିଥିଲ ।ତାହା ପରେ ରାଖୀ ତାଙ୍କର ଉତରରେ କଙ୍ଗନାଙ୍କୁ କଟାକ୍ଷ କରି କହିଲେ କି ହେ କଙ୍ଗନା ! ଦୟାକରି ତୁମେ ଦେଶର ସେବା କର । ତୁମ ପାଖରେ ବହୁତ ଟଙ୍କା ଅଛି ଅକ୍ସିଜେନ କିଣି ଲୋକମାନଙ୍କୁ ସାହାଯ୍ୟ କର ।

Related Posts