ଖୁଣ୍ଟମୂଳେ କଲି ମୁଁ ଭାବ…

ଚର୍ଚ୍ଚାରେ ଶ୍ରୀକାନ୍ତ-ନିରଞ୍ଜନଙ୍କ ଭାଇରାଲ ଫଟୋ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ରାଜନୀତି, ବ୍ୟକ୍ତିଗତ ଭାଷା ଓ ସମ୍ପର୍କ ଏକାଧାରରେ କେତେ ତିକ୍ତ ଓ ମଧୁର ହୋଇପାରେ ତାହର ଜ୍ବଳନ୍ତ ଉଦାହରଣ ହେଲେ କଂଗ୍ରେସରୁ ବିତାଡ଼ିତ ହୋଇଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରକାନ୍ତ ଜେନା ଏବଂ ଏବେର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ଠିକ୍‌ବର୍ଷେ ତଳେ ନିରଞ୍ଜନ ଉଦେଶ୍ୟରେ ଶ୍ରୀକାନ୍ତଙ୍କ ଭାଷା ଓ ଭଙ୍ଗିକୁ ଏଯାଏ ଲୋକେ ଭୁଲି ନାହାନ୍ତି । 2019 ଜାନୁଆରି 19ରେ କଂଗ୍ରେସରୁ ଶ୍ରୀକାନ୍ତ ଜେନାଙ୍କୁ ଯେତେବେଳେ ଦଳରୁ ବାହାର କରାଗଲା । 2019ରେ କିନ୍ତୁ ବ୍ୟକ୍ତିଗତ ଜୀବନରେ ଦାଣ୍ଡରେ ହାଟରେ, ପିଣ୍ଡାରେ ଓ ଖୁଣ୍ଟମୂଳରେ କିଭଳି ସମ୍ପର୍କ ରଖାଯାଏ ତାହାର ଜ୍ବଳନ୍ତ ଉଦାହରଣ ହେଉଛି । ରମୁ ପାତ୍ରଙ୍କ ବାସଭବନରେ କିଛି ମାସ ତଳେ ଉଠାଯାଇଥିବା ଏହି ଫଟୋ ।

ରାଜନୀତିରେ ଦୁଇ ବିରୋଧୀ ଚିନ୍ତାଧାରା ଓ ମତର ନେତା ନୀତି ଆଦର୍ଶ ଆଧାରରେ ପରସ୍ପରକୁ ସମାଲୋଚନା କରିବା ଗଣତନ୍ତ୍ରରେ ଏକ ସ୍ବାଭାବିକ ଘଟଣା । କିନ୍ତୁ ବ୍ୟକ୍ତିଗତସ୍ତରକୁ ଯାଇ ପରସ୍ପରକୁ ନିମ୍ନସ୍ତରରେ ଆକ୍ଷେପ କରିବା ଏବଂ ପରବର୍ତ୍ତୀ ସମୟରେ ଅତ୍ୟନ୍ତ ସୁଲଭ ସ୍ବଭାବରେ ସମ୍ପର୍କ ନିଭାଇବା ଏହା ରାଜନୀତିରେ ଅତି ବିଚକ୍ଷଣ ଏବଂ ଅଭିଜ୍ଞ ବ୍ୟକ୍ତିଙ୍କ ଦ୍ବାରା ସମ୍ଭବ । ଉଭୟ ଶ୍ରୀକାନ୍ତ ଓ ନିରଞ୍ଜନ ଯେଭଳି ଭାବେ ଉଭୟଙ୍କୁ ସମାଲୋଚନା କରିଥିବା ସମସ୍ତେ ଦେଖିଛନ୍ତି ଆଉ ଶୁଣିଛନ୍ତି । ପରବର୍ତ୍ତୀ ସମୟରେ ନିବିଡ଼ ଭାବର ଆଦାନ ପ୍ରଦାନର ଦୃଶ୍ୟକୁ ଖୁବ କମ୍‌ଲୋକ ଦେଖିଥିବେ ।

ନିର୍ବାଚନ ପୂର୍ବରୁ କଳି, ନିର୍ବାଚନ ପରେ ଖୁଣ୍ଟମୂଳେ ଜେନା-ପଟ୍ଟନାୟକଙ୍କ କୋଳାକୋଳି । 2019 ନିର୍ବାଚନ ସରିବା ପରେ ବିଜେଡିର ସାଧାରଣ ସମ୍ପାଦକ ରମୁ ପାତ୍ରଙ୍କ ପିତାଙ୍କ ଏକାଦଶାହରେ ଏକାଠି ହୋଇଥିଲେ ଉଭୟ । ଗୁରୁତ୍ବପୂର୍ଣ୍ଣ କଥା ହେଲା ନିର୍ବାଚନ ପୂର୍ବରୁ ଶ୍ରୀକାନ୍ତ ଜେନା ଯେଭଳି ଭାବେ ନିରଞ୍ଜନ ପଟ୍ଟନାୟକ ଏବଂ ତାଙ୍କ ପରିବାର ଉପରେ ଶାଣିତ ଆକ୍ରମଣ କଲେ ତାହା ରାଜ୍ୟବାସୀ ଜାଣିଛନ୍ତି । ସେତେବେ ନିରଞ୍ଜନଙ୍କୁ ରାଜ୍ୟର ସବୁଠୁ ବଡ଼ ଖଣି ଚୋର ବୋଲି କହିବାକୁ ବି ପଛାଇନଥିଲେ ଶ୍ରୀକାନ୍ତ ।

କଂଗ୍ରେସରୁ ବହିଷ୍କାର ପରେ ନିରଞ୍ଜନଙ୍କ ବିରୋଧରେ ବିଷ ଓଗାଳିଥିଲେ ଶ୍ରୀକାନ୍ତ ଜେନା । ବହିଷ୍କାର ପରେ ପ୍ରେସ୍‌ମିଟ କରି ସତେତେବେଳେ ନିରଞ୍ଜନଙ୍କୁ ଟାର୍ଗେଟ୍‌କରିଥିଲେ । ଏପରିକି ସେତବେଳର କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଖଣି ମାଫିଆଙ୍କ ନିକଟରେ ଆତ୍ମସମର୍ପଣ କରିଥିବା କହିଥିଲେ । ଏହା ସହ ନିରଞ୍ଜନ ଏବଂ ତାଙ୍କ ପରିବାର ଓଡ଼ିଶାର ଖଣିଜ ସମ୍ପଦକୁ ଲୁଟ କରିଥିବା କହିଥିଲେ । କଥା ଏତିକିରେ ସରିନଥିଲା ନିରଞ୍ଜନ ଜଣେ ଅଭ୍ୟାସଗତ ଲାଞ୍ଚ ପ୍ରଦାନକାରୀ ବୋଲି ରାଜ୍ୟବାସୀଙ୍କୁ କହିଥିଲେ ଶ୍ରୀକାନ୍ତ ।

ମଧ୍ୟବିତ, ଖଟିକିଆ ପଛୁଆ ବର୍ଗ ଲୋକଙ୍କ ମସିହା ହେବାକୁ ଚେଷ୍ଟା କରିଥିଲେ ଶ୍ରୀକାନ୍ତ । ନିଜକୁ ବାଜି ରାଉତ ଓ ବକ୍ସି ଜଗବନ୍ଧୁଙ୍କ ବଂଶଧର ଏବଂ ନିରଞ୍ଜନ ଚରଣ ପଟନାୟକଙ୍କ ବଂଶଧର ବୋଲି କହିଥିଲେ ।  ନିରଞ୍ଜନଙ୍କୁ (PATM) ଅର୍ଥାତ ପଟ୍ଟନାୟକ ଅଲ ଟାଇମ ମନି ବୋଲି କହିଥିଲେ ଶ୍ରୀକାନ୍ତ । ସେହିଭଳି ନିରଞ୍ଜନ ମଧ୍ୟ ଶ୍ରୀକାନ୍ତଙ୍କୁ ବହୁ ସମୟରେ ସମାଲୋଚନା କରିଥିଲେ । ଏପରିକି ଯେତେବେଳେ ଶ୍ରୀକାନ୍ତଙ୍କୁ କଂଗ୍ରେସରୁ ବିଦା କରାଯାଇଥିଲା ସେତେବେଳେ ନିରଞ୍ଜନ କହିଥିଲେ ଯେ ଦଳ ଭିତରେ ରହି ଚକ୍ରାନ୍ତ କରୁଥିବା ଲୋକଙ୍କର ଦଳରେ କୌଣସି ସ୍ଥାନ ନାହିଁ । ତେଣୁ ଏଭଳି ଲୋକଙ୍କୁ ଦଳରୁ ବାହାର କରାଯିବା କଂଗ୍ରେସ ପାଇଁ ଭଲ ସଙ୍କେତ ବୋଲି କହିଥିଲେ ନିରଞ୍ଜନ । କିନ୍ତୁ ନିର୍ବାଚନ ପରର ଏହି ଫଟୋ ବୟାନ କରୁଛି ଯେ ରାଜନୀତିରେ କିଭଳି 2ଟି ଭିନ୍ନ ବ୍ୟକ୍ତିତ୍ବ ଏକ ସମତାଳରେ ରଖାଯାଇପାରେ  । ଏହାର ନିଚ୍ଛକ ଉଦାହରଣ ହେଉଛି ଶ୍ରୀମାନ୍ତ-ନିରଞ୍ଜନଙ୍କ ଏହି ଫଟୋ । ବ୍ୟକ୍ତିଗତ ସ୍ତରରେ ଏମାନଙ୍କ ମଧ୍ୟରେ କେତେ ନିବିଡ଼ ସମ୍ପର୍କ ରହିଛି ତାହା ଏହି ଫଟୋ ଦେଖିଲା ପରେ କର୍ମୀମାନେ ନିଜ ନିଜ ଭିତରେ ପିଟା ପିଟି ନହୋଇ ଏଥିରୁ ସମ୍ପର୍କର ମୂଲ୍ୟ ଶିଖିବା ଦରକାର ।

Related Posts