ହାରିଲା କଂଗ୍ରେସ, ଇଭିଏମ ଉପରେ ଦୋଷ ଲଦିଲେ ଦିଗବିଜୟ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରେ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ ଆଜି ଇଭିଏମ ଉପରେ ପୁଣି ଦୋଷ ଲଦିଛନ୍ତି | ରାଜ୍ୟର ମୋଟ ୨୩୦ଟି ଆସନ ମଧ୍ୟରୁ ବିଜେପି ୧୬୩ଟି ଆସନ ପାଇଥିବାବେଳେ କଂଗ୍ରେସକୁ ୬୬ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି | ଭାରତୀୟ ଜନତା ପାର୍ଟିର ଏହି ବିଶାଳ ବିଜୟ ପରେ କଂଗ୍ରେସ ଦଳର ବରିଷ୍ଠ ନେତା ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ଇଭିଏମ୍ ଅର୍ଥାତ୍ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ଉପରେ ପ୍ରଶ୍ନ ଉଠାଇଛନ୍ତି।

ନିର୍ବାଚନ ଫଳାଫଳ ଘୋଷଣା ହେବାର ଦୁଇ ଦିନ ପରେ, ଆଜି ସକାଳେ ଦିଗବିଜୟ ସିଂ ଟ୍ୱିଟ୍ କରି ଇଭିଏମ୍ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, “ଚିପ୍ ଥିବା ଯେକୌଣସି ମେସିନ୍ ହ୍ୟାକ୍ ହୋଇପାରିବ। ମୁଁ ୨୦୦୩ ମସିହାରୁ ଇଭିଏମରେ ଭୋଟଦାନକୁ ବିରୋଧ କରିଆସୁଛି | ସେ ପ୍ରଶ୍ନ କରିଛନ୍ତି ଯେ ଆମେ ଭାରତୀୟ ଗଣତନ୍ତ୍ରକୁ ବୃତ୍ତିଗତ ହ୍ୟାକରଙ୍କ ଦ୍ୱାରା ନିୟନ୍ତ୍ରଣ କରିବାକୁ ଦେଇପାରିବା କି? ଏହା ସହିତ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ଭାରତର ନିର୍ବାଚନ କମିଶନ ଏବଂ ସୁପ୍ରିମକୋର୍ଟଙ୍କୁ ମଧ୍ୟ ପଚାରିଛନ୍ତି ଯେ ସେମାନେ ଭାରତର ଗଣତନ୍ତ୍ରକୁ ବଞ୍ଚାଇପାରିବେ କି?

ତେବେ ଗତକାଲି ମଧ୍ୟ ଦିଗବିଜୟ କହିଥିଲେ ଯେ ଯେତେବେଳେ ମେସିନ ଜିତେ, ଲୋକ ହାରିଯାନ୍ତି | ଆମେ ଗର୍ବିତ ଯେ ଆମର ତୃଣମୂଳସ୍ତରର କର୍ମକର୍ତ୍ତାମାନେ କଂଗ୍ରେସ ପାଇଁ ଢେର ପରିଶ୍ରମ କରିଥିଲେ ଏବଂ ଗଣତନ୍ତ୍ର ଉପରେ ସେମାନଙ୍କର ବିଶ୍ୱାସକୁ ଦୃଢ କରିଥିଲେ।

Related Posts