ବୟଫ୍ରେଣ୍ଡ ହିଁ ହତ୍ୟାକରୀ: ଏସ୍‌ପି

ନର୍ସ ନୀହାରିକା ପାତ୍ର ହତ୍ୟାକାଣ୍ଡ ଉପରୁ ହଟିଲା ପରାଦା  । ନୀହାରିକାଙ୍କୁ ତା’ର ପ୍ରେମିକ କିଶୋର ଆଞ୍ଚଲ ଓରଫ ରାଜା ହତ୍ୟା କରିଥିବା କହିଛନ୍ତି ଜଗତସିଂହପୁର ଏସ୍‌ପି ଆର.ପ୍ରକାଶ । ବିବାହ ପ୍ରସ୍ତାବକୁ  ସ୍ୱୀକାର ନ କରିବାରୁ ପ୍ରତିଶୋଧ ପରାୟଣ ହୋଇ ନୀହାରିକାକୁ ରାଜା ହତ୍ୟା କରିଛି । ଏଥିପାଇଁ ରାଜା ଯୋଜନା କରିଥିବା ଅନୁମାନ କରାଯାଉଛି । ଗତ ୫ ବର୍ଷ ଧରି ନୀହାରିକା ଓ ରାଜା ମଧ୍ୟରେ ପ୍ରେମ ସଂପର୍କ ରହିଥିଲା। ମାତ୍ର  ରାଜା ବେରୋଜଗାର ହୋଇଥିବାରୁ  ବିବାହକୁ ନୀହାରିକା ଗୁରୁତ୍ୱ ଦେଉ ନଥିଲା ।  ତେଣୁ ରାଜା ତା’ ଉପରେ ଅସନ୍ତୁଷ୍ଟ ଥିଲା। କଟକରେ ରହୁଥିବା ସାଙ୍ଗ ସୁନିଲ ସାହୁ ସେପ୍ଟେମ୍ବର ୮ ରେ ଗାଁକୁ ଯାଉଥିବା ବେଳେ ରାଜା ତା’ ଠାରୁ ତା ଘର ଚାବି ମାଗିଥିଲା। ଘଟଣା ଦିନ ନୀହାରିକାକୁ ସୁନିଲଙ୍କର ଭଡ଼ା ଘରକୁ ନେଇ ଯାଇଥିଲା ଏବଂ ହତ୍ୟା କରିବା ପରେ ଏକ ପ୍ଲାଷ୍ଟିକ ଅଖାରେ ବାନ୍ଧି ବାଇକରେ ଜଗତସିଂହପୁର ଜିଲ୍ଲାର ବିରିଡି ଥାନା ଅଞ୍ଚଳର ବିଲୁଆଖାଇ ନଦୀ ପଠାରେ ଫିଙ୍ଗି ଚାଲି ଯାଇଥିଲା ରାଜା। ପ୍ରାୟ ଏକ ସପ୍ତାହ ଯାଏଁ ନିଖୋଜ ରହିବା ପରେ ସେପ୍ଟେମ୍ବର ୧୭ ଅପରାହ୍ଣରେ ବିଲୁଆଖାଇ ନୂଆପାରି  ନଦୀକୂଳରୁ ନର୍ସ ନିହାରୀକାଙ୍କ ମୃତଦେହ ଉଦ୍ଧାର ହୋଇଥିଲା।

Related Posts