ଦୀପକ ପୁନିଆଙ୍କୁ ଅଲିମ୍ପିକ ଟିକେଟ୍

2020 ଅଲିମ୍ପିକ ପାଇଁ ଯୋଗ୍ୟତା ହାସଲ କଲେ ଭାରତୀୟ କୁସ୍ତି ଯୋଦ୍ଧା ଦୀପକ ପୁନିଆ । କାଜଖସ୍ଥାନ ବିଶ୍ବ କୁସ୍ତି ଚାମ୍ପିଅନସିପ୍‌ ସେମିଫାଇନାଲର 86 କେଜି ଫ୍ରି ଷ୍ଟାଇଲ ପୁରୁଷ ବର୍ଗରେ ସୁଇଜରଲ୍ୟାଣ୍ଡର ଷ୍ଟେଫନ ସେଇଚମୁଥଙ୍କୁ 8-2ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି ଦୀପକ । ଏହା ସହ ଅଲିମ୍ପିକ ପାଇଁ ମଧ୍ୟ ଯୋଗ୍ୟତା ହାସଲ କରିଛନ୍ତି । ଦୀପକଙ୍କ ନିକଟରେ ଇତିହାସ ରିଚିବାର ସୁବର୍ଣ୍ଣ ସୁଯୋଗ ରହିଛି । ଆସନ୍ତାକାଲି ଇରାନର ହସନ ୟାଜଦାନିଙ୍କ ସହ ଦୀପକଙ୍କର ହେବ ଫାଇନାଲ ଫାଇଟ୍ । ଯଦି ଦୀପକ ଫାଇନାଲ ଜିତୁଛନ୍ତି ତେବେ ସେ ଭାରତ ପକ୍ଷରୁ ସ୍ବର୍ଣ୍ଣ ଜିତିବାରେ ଦ୍ବିତୀୟ ଖେଳାଳି ହେବେ  । ଏହା ପୂର୍ବରୁ କେବଳ ସୁଶୀଲ କୁମାର 2010ରେ ସସ୍କୋରେ ହୋଇଥିବା ବିଶ୍ବ ଚାମ୍ପିଅନସିପ୍‌ରେ ଭାରତ ପକ୍ଷରୁ ସ୍ବର୍ଣ୍ଣ ଜିତିଥିଲେ ।

Related Posts