ଡେଲାଙ୍ଗ ଥାନାରୁ ଚମ୍ପଟ ମାରିଲା ଅଭିଯୁକ୍ତ: ଅବହେଳା ଅଭିଯୋଗରେ ମହିଳା ଏଏସ୍ଆଇ ଓ ମହିଳା କନେଷ୍ଟବଳ ନିଲମ୍ବିତ

ପିପିଲି: ଥାନାରୁ ଚମ୍ପଟ ମାରିଲା ଅଭିଯୁକ୍ତ | ଫଳରେ କାର୍ଯ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବିତ ହେଲେ ମହିଳା ଏଏସ୍ଆଇ ଓ ମହିଳା କନେଷ୍ଟବଳ | ପୁରୀ ଜିଲ୍ଲାର ଡେଲାଙ୍ଗ ଥାନାରେ ଘଟିଛି ଏହି ଘଟଣା | ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାକୁ ନେଇ ସମଗ୍ର ଅଂଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା | ପରେ ଏହି ଘଟଣାରେ ଜଣେ ମହିଳା ଏଏସ୍ଆଇ ଓ ମହିଳା କନେଷ୍ଟବଳଙ୍କୁ ନିଲମ୍ବିତ କରାଯାଇଛି।

ସୂଚନା ଅନୁଯାୟୀ, ଡେଲାଙ୍ଗ ଥାନା ଅନ୍ତର୍ଗତ ବ୍ରାହ୍ମଣ ତରାବୋଇ ଗ୍ରାମରେ ହୋଇଥିବା ଏକ ଆକ୍ରମଣ ଘଟଣାରେ ଡେ଼ଲାଙ୍ଗ ଥାନାରେ ଅଟକ ଥିବା ଜଣେ ଅଭିଯୁକ୍ତ ପୁଲିସ ହେପାଜତରେ ଫେରାର ହୋଇଯାଇଥିଲା। ଏହି ଘଟଣାରେ ଡେ଼ଲାଙ୍ଗ ଥାନାର କାର୍ଯ୍ୟରତ ମହିଳା ଏଏସ୍ଆଇ ପଦ୍ମିନୀ ସାହୁ ଓ ମହିଳା କନେଷ୍ଟବଳ ରୋଜାଲିଆ ବାକ୍ଲାଙ୍କୁ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ପୁରୀ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି।

Related Posts