ଗଞ୍ଜାମ ଜିଲ୍ଲା ଗଡ଼ହୁମା ଗାଁରେ ଅଘଟଣ: ବିଷାକ୍ତ ଖାଦ୍ୟ ଖାଇ ୨ ଶିଶୁଙ୍କ ମୃତ୍ୟୁ, ମା ଗୁରୁତର

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଗଡ଼ହୁମା ଗାଁରେ ଏକ ଦୁଖଦ ଘଟଣା ଘଟିଛି | ବିଷାକ୍ତ ଖାଦ୍ୟ ଗୋଟିଏ ପରିବାରକୁ ଉଜାଡି ଦେଇଛି | ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, ଜଣେ ଗୁରୁତର ହୋଇଛନ୍ତି | ତେବେ ଏହି ବିଷାକ୍ତ ଖାଦ୍ୟ ଖାଇ ୨ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ମା ଗୁରୁତର ହୋଇଛନ୍ତି । ମୃତ ଶିଶୁ ହେଲେ ରାମକୃଷ୍ଣ ମହାରଣାଙ୍କ ପୁଅ ରୁଦ୍ର ମହାରଣା ( ୨ବର୍ଷ) ଓ ଭଉଣୀ ସିମରଣ ମହାରଣା ( ୩ ବର୍ଷ) । ସ୍ତ୍ରୀ ସୁନିତା ମହାରଣା ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ସୋମବାର ରାତିରେ ଖାଇ ସାରିବା ପରେ ହଠାତ୍‌ ଭାଇ, ଭଉଣୀ ଓ ମାଆ ବାନ୍ତି କରିଥିଲେ । ତୁରନ୍ତ ସେମାନଙ୍କୁ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲେ । ସେଠାରେ ପ୍ରଥମେ ପୁଅ , ପରେ ଝିଅଙ୍କ ମୃତ୍ୟୁ ହୋଇଥିଲା । ମାଆଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ହୁମା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ସେମାନେ ବିଷାକ୍ତ ଖାଦ୍ୟ ଖାଇଥିବା ପୋଲିସ ସନ୍ଦେହ କରୁଥିବା ବେଳେ ଫୁଡ ପଏଜନ ହୋଇ ଏପରି ହୋଇଥାଇପାରେ ବୋଲି ମଧ୍ୟ କୁହାଯାଉଛି । ଅଧିକ ଯାଞ୍ଚ ପରେ ଘଟଣା ସମ୍ପକରେ ସ୍ପଷ୍ଟ ସୂଚନା ମିଳିପାରିବ ।

Related Posts