ଦୁଷ୍କର୍ମ ପୀଡିତାଙ୍କ ସମ୍ପର୍କରେ ଦେଇଥିବା ବୟାନ ପାଇଁ ରାହୁଲ ଗାନ୍ଧୀଙ୍କ ଘରେ ପଶିଲା ଦିଲ୍ଲୀ ପୋଲିସ, ତଥ୍ୟ ଦେବା ପାଇଁ ଅଧିକ ସମୟ ମାଗିଲେ କଂଗ୍ରେସ ସାଂସଦ

ଭୁବନେଶ୍ୱର,୧୯/୩(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଘରେ ପହଞ୍ଚିଥିଲେ । ଶ୍ରୀନଗରର ଭରତ ଯୋଡୋ ଯାତ୍ରା ସମୟରେ ରାହୁଲ ଗାନ୍ଧୀଙ୍କ ‘ଯୌନ ଉତ୍ପୀଡ଼ନ’ ପୀଡିତାଙ୍କ ସମ୍ପର୍କରେ ଦେଇଥିବା ବିବୃତ୍ତିକୁ ନେଇ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସିପି ସାଗର ପ୍ରୀତ ହୁଡାଙ୍କ ନେତୃତ୍ୱରେ ଏକ ଟିମ୍ ଆଜି ତାଙ୍କ ଘରେ ପହଞ୍ଚି ପଚରାଉଚରା କରିଥିଲେ । ତେବେ ରାହୁଲ ଗାନ୍ଧୀଙ୍କ ଏହି ବିବୃତ୍ତି ଉପରେ କୌଣସି ରେକର୍ଡ ଗ୍ରହଣ କରାଯାଇନାହିଁ । ପୋଲିସ ତାଙ୍କୁ ଆଉ ଏକ ନୋଟିସ ଦେଇ ଘରୁ ଫେରି ଆସିଛି । ଏହାପୂର୍ବରୁ ମାର୍ଚ୍ଚ ୧୬ ରେ ପୋଲିସ ରାହୁଲଙ୍କୁ ପ୍ରଥମ ନୋଟିସ ପଠାଇଥିଲା ।

ସ୍ପେଶାଲ ସିପି ସାଗର ପ୍ରୀତି ହୁଡାଙ୍କ ଅନୁଯାୟୀ, ରାହୁଲ ଗାନ୍ଧୀ କହିଛନ୍ତି ଯେ ଅନେକ ମହିଳା ବିବୃତ୍ତି ଦେଇଛନ୍ତି କିନ୍ତୁ ଏହାକୁ ପ୍ରମାଣିତ କରିବାକୁ ସମୟ ଲାଗିବ । ଏହି କାରଣରୁ ଆଜି ମଧ୍ୟ ରାହୁଲ ଗାନ୍ଧୀ ତାଙ୍କ ବିବୃତ୍ତି ରେକର୍ଡ କରିନାହାଁନ୍ତି । ତାଙ୍କ ବିବୃତ୍ତିକୁ ଯଥାଶୀଘ୍ର ରେକର୍ଡ କରିବାକୁ ପୋଲିସ ଚେଷ୍ଟା କରିବ ।

ବାସ୍ତବରେ, ଶ୍ରୀନଗରରେ ଭାରତ ଯୋଡ଼ା ଯାତ୍ରାର ଶେଷ ଦିନରେ ରାହୁଲ ଗାନ୍ଧୀ କହିଥିଲେ ଯେ ଆଜି ମଧ୍ୟ ଦେଶରେ ମହିଳାମାନଙ୍କ ଉପରେ ଯୌନ ଶୋଷଣ ଘଟୁଛି । ଭାରତ ଯୋଡ଼ା ଯାତ୍ରା ସମୟରେ ଅନେକ ଦୁଷ୍କର୍ମ ପୀଡ଼ିତା ତାଙ୍କୁ ଭେଟିଥିବା ରାହୁଲ ଶ୍ରୀନଗର ରେ କହିଥିଲେ। ତେବେ ଏହି ମନ୍ତବ୍ୟକୁ ନେଇ ଦିଲ୍ଲୀ ପୋଲିସ ମାର୍ଚ୍ଚ ୧୬ ରେ ରାହୁଲ ଗାନ୍ଧୀଙ୍କ ନିକଟକୁ ଏକ ନୋଟିସ ପଠାଇଥିଲା ଯେ କେଉଁ ମହିଳା ଏହା କହିଛନ୍ତି । ପୋଲିସ ସେହି ମହିଳାମାନଙ୍କ ବିବରଣୀ ଦେବାକୁ ରାହୁଲଙ୍କୁ ମଧ୍ୟ କହିଥିଲା । ରାହୁଲ ଏହାର କୌଣସି ଜବାବ୍ ନ ଦେବାରୁ ଆଜି ପୋଲିସ ତାଙ୍କ ବାସଭବନକୁ ଆସିଥିଲା।

ଏନେଇ ପୋଲିସ କହିଛି, “ଆମେ ରାହୁଲ ଗାନ୍ଧୀଙ୍କ ସହ କଥା ହେବା ପାଇଁ ଏଠାକୁ ଆସିଛୁ । ରାହୁଲ ଗାନ୍ଧୀ ଜାନୁଆରୀ ୩୦ ରେ ଶ୍ରୀନଗରରେ ଏକ ବିବୃତ୍ତି ଦେଇଛନ୍ତି ଯେ ଏହି ଗସ୍ତ ସମୟରେ ସେ ଅନେକ ମହିଳାଙ୍କୁ ସେ ଭେଟିଥିଲେ ଏବଂ ସେମାନେ ତାଙ୍କୁ କହିଥିଲେ ଯେ, ସେମାନଙ୍କ ସହ ବଳାତ୍କାର ହୋଇଛି । ସେହି ବିଷୟରେ ତଥ୍ୟ ସଂଗ୍ରହ କରିବାକୁ ଆମେ ଏଠାକୁ ଆସିଛୁ । ଯାହାଫଳରେ ପୀଡିତା ମାନେ ନ୍ୟାୟ ପାଇପାରିବେ । ପୋଲିସ ମାର୍ଚ୍ଚ ୧୫ ରେ ଏହି ମାମଲା ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା କରିଥିଲା ​​କିନ୍ତୁ ବିଫଳ ହୋଇଥିଲା ଏବଂ ମାର୍ଚ୍ଚ ୧୬ରେ ରାହୁଲଙ୍କୁ ଏକ ନୋଟିସ୍ ପଠାଇଥିଲା ।

ପୋଲିସ କହିଛି ଯେ ଦିଲ୍ଲୀରେ ସେମାନଙ୍କ ଟିମ୍ ଏହି ଘଟଣାର ଅନୁସନ୍ଧାନ କରିଛନ୍ତି କିନ୍ତୁ ସେପରି କୌଣସି ମହିଳା ମିଳି ନାହାନ୍ତି। ଆମେ ଏହା ପୂର୍ବରୁ ମଧ୍ୟ ଏ ବିଷୟରେ ଜାଣିବାକୁ ଚେଷ୍ଟା କରିଥିଲୁ କିନ୍ତୁ ରାହୁଲ ବିଦେଶରେ ଥିଲେ ତେଣୁ ଆମେ ତାଙ୍କୁ ଭେଟି ପାରି ନଥିଲୁ । ପୋଲିସ ଚାହୁଁଛି ଯେ ପୀଡିତା କୌଣସି ସମସ୍ୟାର ସମ୍ମୁଖୀନ ନହେବା ପାଇଁ ଆମେ ଏହି ସୂଚନା ଗ୍ରହଣ କରିବୁ । ଆମେ କେବଳ ଏହି ସୂଚନା ପାଇବା ପାଇଁ ଏଠାକୁ ଆସିଛୁ ବୋଲି ପୋଲିସ କହିଛି ।

Related Posts