ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା; ଷ୍ଟିଙ୍ଗ ଅପରେସନର ଭିଡିଓ ଜାରି କରି ଆପ ସରକାରକୁ ଟାର୍ଗେଟ କଲା ବିଜେପି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କିଛିଦିନ ପରେ ପୁଣି ଦିଲ୍ଲୀରେ ଅବକାରୀ ନୀତିକୁ ନେଇ ରାଜନୀତି ଜୋର ଧରିଛି। ଏହି ଅବକାରୀ ନୀତିରେ କେଜ୍ରିୱାଲ ସରକାର କିଭଳି ଦୁର୍ନୀତି କରିଛନ୍ତି ସେନେଇ ବିଜେପି ଏକ ଷ୍ଟିଙ୍ଗ ଅପରେସନର ଭିଡିଓ ଜାରି କରିଛି । ବିଜେପି ଦାବି କରିଛି କି ଏହି ଭିଡିଓରେ ଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ଅବକାରୀ ଦୁର୍ନୀତିର ୯ ନମ୍ବର ଅଭିଯୁକ୍ତ ଅମିତ ଆରୋଡା ।ଏହି ଭିଡିଓ ଜାରି କରି ବିଜେପି କହିଛି ଯେ ଏବେ କେଜ୍ରିୱାଲଙ୍କର ପୋଲ ଖୋଲିଗଲା ।

ଏହି ଭିଡିଓକୁ ନେଇ ବୁଧବାର ଦିନ ବିଜେପି ରାଜ୍ୟସଭା ସାଂସଦ ସୁଧାଂସୁ ତ୍ରିବେଦୀ ଓ ଦିଲ୍ଲୀ ବିଜେପି ଅଧ୍ୟକ୍ଷ ଆଦେଶ ଗୁପ୍ତା ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସୁଧାଂସୁ ତ୍ରିବେଦୀ କହିଛନ୍ତି ଯେ, କେଜ୍ରିୱାଲ ସରକାର ଯେଭଳି ଭାବେ ଅବକାରୀ ନୀତିରେ ଦୁର୍ନୀତି କରିଛନ୍ତି ତାହାର ପୋଲ ଖୋଲି ଦେଇଛନ୍ତି ଏହି ମାମଲାର ୯ ନମ୍ବର ଅଭିଯୁକ୍ତ ଅମିତ ଆରୋଡା । ମଦ ଲାଇସେନ୍ସ ଦେବାରେ କାହା ଠାରୁ କେତେ ଲାଂଚ ନିଆଯାଇଛି ତାହା ଏହି ଭିଡିଓରେ ଦେଖିବାକୁ ମିଳିଛି ବୋଲି କହିଛନ୍ତି ଅମିତ ଆରୋଡା। ତେବେ ଏହି ଭିଡ଼ିଓ ନେଇ ସୁଧାଂସୁ ତ୍ରିବେଦୀ କହିଛନ୍ତି ଯେ, ଅବକାରୀ ନୀତିରେ ଦୁର୍ନୀତି କରି ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାର ଯେଉଁ ଅର୍ଥ ଯୋଗାଡ କରିଥିଲା ତାହାକୁ ଦଳ ପଞ୍ଜାବ ଓ ଓ ଗୋଆ ନିର୍ବାଚନରେ ଖର୍ଚ୍ଚ କରିଛି । ବିଜେପି ପକ୍ଷରୁ ଏହି ଭିଡ଼ିଓ ଜାରି କରାଯାଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡ଼ିଆଙ୍କୁ ଜୋରଦାର ଟାର୍ଗେଟ କରାଯାଇଛି।

Related Posts