(ସତ୍ୟପାଠ ବ୍ୟୁରୋ) ନୂଆଦିଲ୍ଲୀ: ନାଗରିକତା ଆଇନକୁ ବିରୋଧ କରି ପୂର୍ବ ଦିଲ୍ଲୀରେ ଚାଲିଥିବା ହିଂସାରେ ଏଯାଏ ଗଲାଣି ୨୮ ଲୋକଙ୍କ ଜୀବନ। ଆହତଙ୍କ ସଂଖ୍ୟା ୧୨୦ରୁ ଅଧିକ, ଅନେକ ଲୋକ ଏବେ ବି ହସ୍ପିଟାଲରେ ହେଉଛନ୍ତି ଚିକିତ୍ସିତ । ସେପଟେ ହିଂସା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ନିୟନ୍ତ୍ରଣ ଥିବା କହିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ଗୃହମନ୍ତ୍ରୀ ଅମିତ ଶାହ ନିଜ ତିରୁବନ୍ନ୍ତପୁରମ ଗସ୍ତ ରଦ୍ଦ କରି, ଦିଲ୍ଲୀରେ ରହି ପରିସ୍ଥିତି ଉପରେ ପୂରା ନଜର ରଖିଛନ୍ତି । ଦିଲ୍ଲରୀର ବିଭିନ୍ନ ଅଞ୍ଚଳରେ କର୍ଫ୍ୟୁ ଲାଗିଛି । ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି ମାରିବାକୁ ରହିଛି କଡ଼ା ନିର୍ଦ୍ଦେଶ ।
ଦିଲ୍ଲୀ ହିଂସାରେ ୨୮ ମୃତ, ଶତାଧିକ ଆହତ
ସହରର ବିଭିନ୍ନ ସ୍ଥାନରେ କର୍ଫ୍ୟୁ ଜାରି
ହିଂସାଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ NSA ଅଜିତ ଡୋଭାଲ
ଦିଲ୍ଲୀ ହିଂସାରେ ବଢ଼ି ଚାଲିଛି ମୃତ୍ୟୁ ସଂଖ୍ୟା
ହିଂସାକାଣ୍ଡରେ ଆହତଙ୍କ ସଂଖ୍ୟା ୧୨୦ରୁ ଅଧିକ
ମୌଜପୁର,ଜାଫରାବାଦ, ଚାନ୍ଦବାଗ ଓ କରାବଲନଗରରେ କର୍ଫ୍ୟୁ ଜାରି
ହିଂସାଗ୍ରସ୍ତ ଅଞ୍ଚଳରେ ଲାଗୁ ହୋଇଛି ୧୪୪ ଧାରା
ହିଂସାରେ ସାମିଲ ଲୋକଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ
ହିଂସା ପ୍ରଭାବିତ ଅଞ୍ଚଳରେ ସୁରକ୍ଷାବଳ ମୁତୟନ
କଡ଼ା କାର୍ଯ୍ୟାନୁଷ୍ଠାନ ସତ୍ତ୍ବେ ଘଟି ଚାଲିଛି ଛୋଟ ଛୋଟ ଘଟଣା
ସିବିଏସ୍ଇ ବୋର୍ଡ ପରୀକ୍ଷା ମଧ୍ୟ ବାତିଲ
ଅନେକ ସ୍ଥାନରେ ବନ୍ଦ ରହିଛି ସ୍କୁଲ-କଲେଜ







