ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ନୂଆଁଖାଇ ପଶ୍ଚିମ ଓଡ଼ିଶାର ଏକ ଗଣପର୍ବ। ଏହି ପର୍ବକୁ ପୂର୍ବରୁ ସମଗ୍ର ରାଜ୍ୟରେ ସରକାରୀ ଛୁଟି ଭାବେ ଘୋଷଣା କରାଯାଉଥିଲା। ମାତ୍ର ଚଳିତବର୍ଷ ସରକାରୀ ଛୁଟି ଭାବେ ନୂଆଖାଇ କୁ ଘୋଷଣା କରାଯାଇନାହିଁ। ଏହାକୁ କେବଳ ପଶ୍ଚିମ ଓଡ଼ିଶାରେ ସ୍ଥାନୀୟ ଛୁଟି ଭାବେ ରଖାଯାଇଛି। ଫଳରେ ଉପକୂଳ ଓଡ଼ିଶା ତଥା ଅନ୍ୟାନ୍ୟ ସ୍ଥାନରେ ରହୁଥିବା ପଶ୍ଚିମ ଓଡିଶାବାସୀ ଏହି ପର୍ବରେ ଖୁସି ମନେଇବା ନେଇ ଆଶଙ୍କା ଦେଖାଯାଇଛି। ଏହି ଦିନ ପଶ୍ଚିମ ଓଡିଶାବାସୀଙ୍କ ସମେତ ଦକ୍ଷିଣ ଛତିଶଗଡର ଲୋକେ ମା’ ସମଲେଇ ଓ ନିଜ ଗ୍ରାମ ଦେବତୀଙ୍କୁ ନବାନ୍ନ ଅର୍ପଣ କରି ନୂଆଁଖାଇ ପାଳନ କରିଥାନ୍ତି।

ନୂଆଖାଇକୁ ରାଜ୍ୟର ଅନ୍ୟ ସ୍ଥାନରେ ରହିଥିବା ପଶ୍ଚିମ ଓଡ଼ିଶା ବାସୀ ମନେ ପାଳନ କରିବାକୁ ଥିବାରୁ ଏହାକୁ ଏକ ସରକାରୀ ଛୁଟି ଦିବସ ଭାବେ ଘୋଷଣା କରିବାକୁ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ସମ୍ବଲପୁର ଉତ୍ତରାଞ୍ଚଳ ରାଜସ୍ବ କମିଶନରଙ୍କୁ ଚିଠି ଲେଖି ଦାବି କରିଛନ୍ତି। ଏହି ପର୍ବ ପଶ୍ଚିମ ଓଡ଼ିଶାର ଭାବାବେଗ ସହ ଜଡ଼ିତ ଓ ଏହା ଘରେ ଘରେ ପାଳନ ହେଉଥିବାରୁ ପୂର୍ବପରି ଏହାକୁ ସମଗ୍ର ରାଜ୍ୟରେ ସରକାରୀ ଛୁଟି ରୂପେ ଘୋଷଣା କରିବାକୁ କୁସୁମ ଟେଟେ ଦାବି କରିଛନ୍ତି।