ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ: ଦୌଡ଼ରେ ଅନେକ ଶିକ୍ଷାବିତ୍

ସମ୍ବଲପୁର: (ଜ୍ୟୋତିବିହାର) ସମ୍ବଲପୁର ବିଶ୍ବବିଦ୍ୟାଳୟର ନୂତନ କୁଳପତି ପଦ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଏହି ପଦବି ପାଇଁ ଆଗ୍ରହୀ ଥିବା ପ୍ରଫେସରମାନେ ଅକ୍ଟୋବର 25 ତାରିଖ ମଧ୍ୟରେ ଅନଲାଇନରେ ଆବେଦନ କରିପାରିବେ । କୁଳପତି ପଦରୁ ଇସ୍ତଫା ଦେଇଥିବା ପ୍ରଫେସର ସଞ୍ଜୀବ ମିତ୍ତଲଙ୍କ ସ୍ଥାନରେ ଏହି ନିଯୁକ୍ତି ଦିଆଯିବ।

ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ପଦ ପାଇଁ ବିଜ୍ଞପ୍ତି ପ୍ରକାଶଆବେଦନ ଲାଗି ଜଣେ ପ୍ରଫେସର ଦେଶର କୌଣସି ବିଶ୍ବବିଦ୍ୟାଳୟ ତଥା ସମାନ ଯୋଗ୍ୟତା ଥିବା ଗବେଷଣା ଅନୁଷ୍ଠାନ, ଏକାଡେମିକ ସଂସ୍ଥାରେ 10 ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ । ଅଧ୍ୟାପନା ସହ ପ୍ରଶାସନିକ ଦକ୍ଷତା ରହିଥିବା ଦରକାର । ଆବେଦନକାରୀଙ୍କ ବୟସ ଡିସେମ୍ବର ପହିଲା ସୁଦ୍ଧା ସର୍ବାଧିକ 63 ବର୍ଷ ହୋଇଥିବା ଆବଶ୍ୟକ । ବିଜ୍ଞପ୍ତି ଅନୁଯାୟୀ କୁଳପତିଙ୍କୁ ମାସିକ 2 ଲକ୍ଷ 10 ହଜାର ଟଙ୍କାର ଦରମା ସହ 11 ହଜାର 250 ଟଙ୍କା ସ୍ବତନ୍ତ୍ର ଅର୍ଥରାଶି ଦିଆଯିବ । ଏହାବ୍ୟତୀତ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ଅର୍ଥରାଶି ମଧ୍ୟ ମିଳିବ। କୁଳପତିଙ୍କ କାର୍ଯ୍ୟକାଳ 4 ବର୍ଷ ହେବ । ଆଶାୟୀ ପ୍ରଫେସର ବିଭାଗ ୱେବସାଇଟ ଲଗ-ଇନ୍‌ କରି ସବିଶେଷ ତଥ୍ୟ ପାଇପାରିବେ। କୁଳପତି ଚୟନ ଲାଗି ଏକ ଚୟନ କମିଟି ଗଠନ କରାଯିବ । ଏହି କମିଟିର ସଦସ୍ୟମାନେ ସଂକ୍ଷିପ୍ତ ତାଲିକାରେ ଥିବା ପ୍ରଫେସରଙ୍କ ସାକ୍ଷାତକାର ନେବା ପରେ 3 ଜଣଙ୍କ ନାଁ ବିଶ୍ବବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳଙ୍କ ନିକଟକୁ ପଠାଇବେ । ଉକ୍ତ 3 ଜଣଙ୍କ ସାକ୍ଷାତକାର ନେବା ପରେ ରାଜ୍ୟପାଳ ଜଣଙ୍କୁ କୁଳପତି ଭାବେ ଚୟନ କରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସୂଚନା ଥାଉକି, ସମ୍ବଲପୁର ବିଶ୍ବ ବିଦ୍ୟାଳୟରେ ବିଭିନ୍ନ ଅନିୟମିତତା ଅଭିଯୋଗରେ ବିବାଦ ଘେରରେ ରହିଥିଲେ କୁଳପତି ପ୍ରଫେସର ମଲ୍ଲିକ। କୁଳପତିଙ୍କୁ ବରଖାସ୍ତ କରି ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଥିଲା । 2021 ଜାନୁୟାରୀ 25 ତାରିଖରୁ 4 ବର୍ଷ ପାଇଁ ପ୍ରଫେସର ମିତ୍ତଲ ସମ୍ବଲପୁର ବିଶ୍ବବିଦ୍ୟାଳୟରେ କୁଳପତି ଭାବେ ନିଯୁକ୍ତି ପାଇଥିଲେ।

Related Posts