ଧାମନଗର ଉପନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ଦାବି, ଏସପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଲା ବିଜେପି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭଦ୍ରକ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲା ବିଜେପି ।ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସହ ବିଜେପିର ଅନେକ ନେତା ଓ କର୍ମୀ ଭଦ୍ରକ ଏସପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି । ଧାମନଗର ଉପନିର୍ବାଚନରେ ଅନିୟମିତତା ଓ ଏଥିରେ ଜିଲ୍ଲା ପ୍ରଶାସନର ସ୍ଥାଣୁତା ପ୍ରତିବାଦରେ ଭାରତୀୟ ଜନତା ପାର୍ଟି ଧାରଣାରେ ବସିଥିବା ବେଳେ। ଉପନିର୍ବାଚନକୁ ପ୍ରଭାବିତ କରିବାକୁ ବିଜେଡିର କର୍ମୀ ମାନେ ପୋଲିସ ସହାୟତାରେ ଟଙ୍କା ବାଣ୍ଟୁଥିବା ଦଳ ଅଭିଯୋଗ କରିଛି । ଏହା ଛଡ଼ା ଧାମନଗର ଉପନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ଦାବିରେ ଧାରଣା ଦେଇଛି ଦଳ ।

ଧାମନଗରରେ ଉପନିର୍ବାଚନ ପାଇଁ ସାଧାରଣ ଭୋଟରଙ୍କୁ ପ୍ରଭାବିତ କରିବାକୁ ବିଜେଡି ଟଙ୍କା ବାଣ୍ଟୁଥିବା ବିଜେପି ପକ୍ଷରୁ ପୂର୍ବରୁ ଅଭିଯୋଗ ହୋଇଆସୁଥିଲା । ଏହାକୁ ନେଇ ବିଜେପି ଅନେକ ଥର ନିର୍ବାଚନ ଅଧିକାରୀ, ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି ଅଭିଯୋଗ କରିଥିଲା। ତେବେ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବାକୁ ପ୍ରତିଶ୍ରୁତି ଦେଇଥିଲା ପ୍ରଶାସନ। ହେଲେ ଗତକାଲି ଜଣେ ସରପଞ୍ଚ ସ୍ଥାନୀୟ ଅଞ୍ଚଳରେ ଟଙ୍କା ବାଣ୍ଟୁଥିବା ବେଳେ ଲୋକେ ତାଙ୍କୁ ଧରିଥିଲେ ଓ ପୋଲିସକୁ ଖବର ଦେଇଥିଲେ ହେଲେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସରପଞ୍ଚ ଜଣକୁ ଖସାଇ ଦେଇଥିବା ଅଭିଯୋଗ ହୋଇଥିଲା। ଏହାର ପ୍ରତିବାଦ କରି ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଭଦ୍ରକ ଏସପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି ।

Related Posts