
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦରଦାମ ଓ ବେକାରୀ ବୃଦ୍ଧି ସତ୍ତ୍ୱେ ମୋଦୀ ସରକାରଙ୍କ ଲୋକପ୍ରିୟତା ବଢ଼ିଛି । ତେବେ ଏକ ସର୍ଭେ ଅନୁସାରେ ଭାରତରେ ଅତ୍ୟାବଶ୍ୟକ ଦ୍ରବ୍ୟର ଦରଦାମ ଓ ବେକାରୀ ବୃଦ୍ଧି ସତ୍ତ୍ୱେ କୋଭିଡ-୧୯ ମହାମାରୀ ଆରମ୍ଭରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ବୃଦ୍ଧି ପାଇଛି । ଲୋକାଲ ସର୍କଲସ ଦ୍ୱାରା ୬୪,୦୦୦ ଲୋକଙ୍କୁ ପ୍ରଶ୍ନ ପଚରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୬୭ ପ୍ରତିଶତ ଲୋକ କହିଥିଲେ ଯେ ମୋଦି ସରକାର ତାଙ୍କ ଦ୍ୱିତୀୟ ପାଳିରେ ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରିଛନ୍ତି । ଏପରିକି କୋଭିଡ-୧୯ର ମାରାତ୍ମକ ଦ୍ୱିତୀୟ ଲହର ଚାଲିଥିବା ବେଳେ ଗତବର୍ଷ ଅନୁରୂପ ସର୍ଭେରେ ୫୧ ପ୍ରତିଶତ ଲୋକ ମୋଦୀ ସରକାର ସପକ୍ଷରେ ଅନୁକୂଳ ମତ ଦେଇଥିଲେ । ୨୦୨୦ରେ ମହାମାରୀ ଆରମ୍ଭ ବେଳେ ୬୨ ପ୍ରତିଶତ ଲୋକ ଏହିପରି ମତ ଦେଇଥିଲେ । ଅଧିକାଂଶ ଲୋକ ମତ ଦେଇଥିଲେ କି ସମ୍ଭାବ୍ୟ ତୃତୀୟ ଲହର ପାଇଁ ମୋଦୀ ସରକାର ଉତ୍ତମ ଭାବେ ପ୍ରସ୍ତୁତି ନେଇଥିଲେ ଏବଂ ଅର୍ଥନୀତିକୁ ଦକ୍ଷତାର ସହ ପରିଚାଳନା କରିଥିଲେ । ତଥାପି ବର୍ଷ ଆରମ୍ଭରେ ବେକାରୀ ହାର ୭ ପ୍ରତିଶତ ରହିବା ନେଇ ବହୁଲୋକ ଉଦବେଗ ପ୍ରକାଶ କରିଥିଲେ ଏବଂ ୪୭ ପ୍ରତିଶତ ଲୋକ କହିଥିଲେ ଯେ ଭାରତ କର୍ମନିଯୁକ୍ତି ସମସ୍ୟାର ସମାଧାନ କରିବାରେ ସଫଳ ହୋଇପାରି ନାହିଁ ।
ତେବେ ସରକାର ବୋକରୀ ସମସ୍ୟାର ସମାଧାନ କରିପାରିବେ ବୋଲି ୩୭ ପ୍ରତିଶତ ଲୋକଙ୍କ ଭିତରେ ଆଶା ଓ ଭରସା ପ୍ରକାଶ ପାଇଛି । ୨୦୨୧ରେ ୨୭ ପ୍ରତିଶତ ଓ ୨୦୨୦ରେ ୨୯ ପ୍ରତିଶତ ଲୋକ ଏହି ମତ ଦେଇଥିଲେ । ଯେତେବେଳେ ବହୁଲୋକ ମହାମାରୀ ଯୋଗୁ କର୍ମନିଯୁକ୍ତି ହରାଇବାରେ ଲାଗିଥିଲେ । ଅଧିକାଂଶ ଲୋକ ଏପରି ସମୟରେ ମୋଦୀ ସରକାର ପ୍ରତି ସକରାତ୍ମକ ମତ ପ୍ରକାଶ କରିଛନ୍ତି ଯେତେବେଳେ କି ଖୁଚୁରା ମୁଦ୍ରାସ୍ପତୀ ୮ ବର୍ଷର ସର୍ବାଧିକ ସ୍ତରରେ ପହଞ୍ଚିଛି । ଯାହା ରାଜନୈତିକ ଦୃଷ୍ଟିରୁ ଏକ ସମ୍ବେଦନଶୀଳ ପ୍ରସଙ୍ଗ । ସେପଟେ ଏହି ସର୍ଭେରେ ୭୩ ପ୍ରତିଶତ ଲୋକ ଭାରତରେ ସେମାନଙ୍କର ଓ ସେମାନଙ୍କ ପରବିାରର ଭବିଷ୍ୟତ ସୁରକ୍ଷିତ ବୋଲି ମତ ଦେଇଥିଲେ । ୪୪ ପ୍ରତିଶତ ଲୋକ କହିଥିଲେ ଯେ ବାୟୁମାନ ବୃଦ୍ଧି ନିମନ୍ତେ ସରକାର ଯଥେଷ୍ଟ ପଦକ୍ଷେପ ନେଉନାହାନ୍ତି ୬୦ ପ୍ରତିଶତ ଲୋକ କହିଥିଲେ ଯେ ସରକାର ସାମ୍ପ୍ରଦାୟିକ ସଦଭାବ ବୃଦ୍ଧି ନିମନ୍ତେ କାର୍ଯ୍ୟ କରୁଛନ୍ତି କିନ୍ତୁ କକ୩୩ ପ୍ରତିଶତ ଏହାକୁ ଅସ୍ୱିକାର କରିଥିଲେ । ୫୦ ପ୍ରତିଶତରୁ ଅଧିକ ଲୋକ କହିଥିଲେ ଯେ ଭାରତରେ ବ୍ୟବସାୟ କରିବା ଏବେ ପୂର୍ବାପେକ୍ଷା ଅଧିକ ସହଜ ହୋଇଯାଇଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।