ଆପିଜେ ସ୍କୁଲ ରେ ପିଲାଙ୍କୁ ବନ୍ଦୀ ରଖିବା ଘଟଣା; ରିପୋର୍ଟ ମାଗିଲେ ଜାତୀୟ ମାନବାଧିକାର କମିଶନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭୁବନେଶ୍ୱର ଉପକଣ୍ଠ ଘାଟିକିଆ ସ୍ଥିତ ଆପିଜେ ସ୍କୁଲ ରେ ସ୍କୁଲ ଫି’ ନଦେବାରୁ ପିଲାଙ୍କୁ ନିର୍ଯାତନା ଦିଆଯିବା ଘଟଣା । ଜାତୀୟ ମାନବାଧିକାର କମିଶନ ଏନେଇ ଖୋର୍ଦ୍ଧା ଜିଲାପାଳ, ସ୍କୁଲ ଓ ଗଣଶିକ୍ଷା ପ୍ରମୁଖ ସଚିବ ଏବଂ କମିଶନରେଟ ପୋଲିସକୁ ରିପୋର୍ଟ ତଲବ କରିଛନ୍ତି । ସମ୍ପୃକ୍ତ ଘଟଣାରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ଚାରି ସପ୍ତାହ ଭିତରେ କମିଶନକୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଅନୁସାରେ, ପିଲାମାନେ ସ୍କୁଲ ଫି’ଦେଇନଥିବାରୁ ସ୍କୁଲ କର୍ତୃପକ୍ଷ କୁନି କୁନି ପିଲାଙ୍କୁ ଏକ କୋଠରୀରେ ୫ ଘଣ୍ଟା ଧରି ବନ୍ଦ କରି ରଖିଥିବା ଅଭିଯୋଗ ହୋଇଥିଲା । ଏହାର ପ୍ରତିବାଦରେ ଅଭିଭାବକମାନେ ଆପିିଜେ ସ୍କୁଲ ଆଗରେ ଧାରଣା ଦେଇଥିଲେ । ଘଟଣାରେ ସ୍କୁଲ ଆଡମିନଙ୍କୁ ଅଟକ ରଖି ପଚରାଉଚରା କରିଥିଲା ପୋଲିସ । ଓଡିଶା ଅଭିଭାବକ ସଂଘ ସ୍କୁଲ କର୍ତୃପକ୍ଷ ଙ୍କ ଏଭଳି କାର୍ଯ୍ୟକୁ ନିନ୍ଦା କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ।

Related Posts