ଅନୁଗୁଳ ସାତକୋଶିଆ ଅଭୟାରଣ୍ୟରେ ଦନ୍ତାହାତୀର ମୁତ୍ୟୁ

ଅନୁଗୁଳ : ପୁଣି ଆଖି ବୁଜିଲା ଆଉ ଏକ ଦନ୍ତା । ଅନୁଗୁଳ ସାତକୋଶିଆ ଅଭୟାରଣ୍ୟ ଜଗନ୍ନାଥପୁର ନିକଟରେ ଏକ ଦନ୍ତାହାତୀର ମୁତ୍ୟୁ ହୋଇଛି । ବିଦ୍ୟୁତ ଆଘାତରେ ହାତୀର ମୁତ୍ୟୁ ହୋଇଥିବା ସନ୍ଦେହ କରାଯାଇଛି। ନିକଟସ୍ଥ ଜଙ୍ଗଲରୁ ହାତୀଟି ଗାଁ ନିକଟକୁ ଆସୁଥିବା ସମୟରେ ଏଭଳି ଘଟଣା ଘଟିଛି ।

ଏ ପର୍ଯ୍ୟନ୍ତ ହାତୀ ନିକଟରେ ପହଁଚି ପାରିନାହିଁ ବନ ବିଭାଗ । ବନ୍ୟ ଜନ୍ତୁ ଶିକାର ପାଇଁ ବିଛାଇଥିଲେ ଶିକାରୀ ଫାସ ବୋଲି ସୁଚନା । ହାତୀଟିର ବୟସ ସେହି ପାଖାପାଖି ୧୦ ବର୍ଷ ହେବ। ଖବର ଜାଣିବା ପରେ ଘଟଣା ନିକଟକୁ ଯାଇଛି ବନ ବିଭାଗ । କିନ୍ତୁ ବାହାର ଲୋକଙ୍କୁ ପାଖକୁ ଛଡ଼ାଯାଉନାହିଁ ।

Related Posts