
ଭୁବନେଶ୍ୱର: ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ଉଦଘାଟନ କରିଛନ୍ତି । ସକାଳ ୧୧ଟାରେ ସେ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ସାଇଣ୍ଟିଫିକ ଇନଷ୍ଟ୍ରୁମେଂଟ୍ ସେଂଟର ଓ ଇ ପାଠାଗରକୁ ଲୋକାର୍ପଣ କରିଛନ୍ତି । ଏହାସହ କ୍ୟାମ୍ପସର ପାଚେରୀ ନିର୍ମାଣ ପାଇଁ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ।
