ଗରିବ ଝିଅ ଅପହରଣ ହେଲେ କଣ ହୁଏ ? ଡିଜିପି ଅଭୟ ବନାମ ୪ ବର୍ଷ ଧରି ବଳାତ୍କାର ପୀଡ଼ିତା ନାବାଳିକାର ବାପା

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ନୟାଗଡର ଗୋଟିଏ ୧୧ ବର୍ଷର ନାବାଳିକାକୁ ୨୦୧୭ ମସିହାରେ ଅପହରଣ କରାଯାଏ। ତା ପରେ ଝିଅ ର କୌଣସି ପତ୍ତା ମିଳେନାହିଁ। ପରିବାର ଲୋକେ ସ୍ଥାନୀୟ ପୋଲିସରେ ଏତଲା ଦିଅନ୍ତି। ପୋଲିସ କିଛି କରେ ନାହିଁ। ତା ପରେ ମାମଲାକୁ କ୍ରାଇମବ୍ରାଞ୍ଚ୍ ହାତକୁ ନେଇ। ସିଏ ବି ହାତ ଟେକିଦିଏ। ସବୁଠୁ ନିରାଶ ହେବାପରେ ଶେଷରେ ବିଚରା ଝିଅର ବାପା ଝିଅର ସନ୍ଧାନ ରେ ଘରୁ ବାହାରିପଡେ, ୪ ବର୍ଷ ଧରି ଖୋଜାଖୋଜି ପରେ ଶେଷରେ ବାପା ଝିଅକୁ ଖୋଜିପାଏ। ମାତ୍ର ଜଣାପଡେ ଯେ ଅପହରଣ ପରଠାରୁ ଝିଅକୁ ବିଗତ ୪ ବର୍ଷଧରି ଲଗାତାର ବଳାତ୍କାର ସହ ବିଭିନ୍ନ ଯନ୍ତ୍ରଣା ଦିଆଯାଉଥିଲା। 

ଡିଜିପି ଅଭୟଙ୍କୁ ପ୍ରଶ୍ନ କଣ ସତରେ ପୋଲିସ ଖୋଜିଥିଲା ଏଵଂ ପାଇନଥିଲା ? କ୍ରାଇମବ୍ରାଞ୍ଚ୍ କୁଆଡେ ବହୁତ ଦକ୍ଷ, ତା ହେଲେ କାହିଁକି ଝିଅକୁ ପାଇଲାନାହିଁ ?

ଏହି ଘଟଣା ହେଉଛି ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା। ଆଜକୁ ୪ ବର୍ଷ ତଳର ଘଟଣା। ନୟାଗଡ଼ ଜିଲା ଶରଣକୁଳ ଥାନା ଅଞ୍ଚଳରୁ ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିଲା । କ୍ରାଇମବ୍ରାଞ୍ଚ ତଦନ୍ତ ବିଫଳ ହେବା ପରେ ଝିଅଟିର ବାପା ନିଜ ଉଦ୍ୟମରେ ଝିଅକୁ ଚେନ୍ନାଇରୁ ଉଦ୍ଧାର କଲେ । 

ତେବେ ବିଡମ୍ବନାର ବିଷୟ ହେଉଛି ଯେ ଦୀର୍ଘ ୪ ବର୍ଷ ଧରି ଝିଅଟି ବଳାତ୍କାରର ଶୀକାର ହେଉଥିଲା। ଯଦି ପ୍ରତିବାଦ କରେ ତେବେ ଆହୁରି ଅକଥନୀୟ ଅତ୍ୟାଚାର ସହିବାକୁ ପଡେ। କେବଳ ଏତିକି ନୁହେଁ ତାକୁ ଭୋକ ଉପାସରେ ମଧ୍ୟ ରଖାଯାଉଥିଲା । ବାହ୍ୟ ଜଗତରୁ ଝିଅଟିକୁ ଦୂରେଇ ରଖାଯାଇଥିଲା। ବାପା ଯେତେବେଳେ ଝିଅଟିକୁ ଠାବ କଲା ସେତେବେଳକୁ ନାବାଳିକାଟି ଗୁରୁତର ହୋଇପଡିଥିଲା। ବର୍ତ୍ତମାନ ଝିଅଟିକୁ କଡ଼ା ସୁରକ୍ଷା ମଧ୍ୟରେ ଚିକିତ୍ସା କରାଯାଉଛି। 

ଅଭିଯୋଗ ଅନୁସାରେ , ନୟାଗଡ଼ ଜିଲା ଶରଣକୁଳ ଥଥାନର ନାବାଳିକାଟି ପ୍ରତିଦିନ ପରି ସେହି ଦିନ ମଧ୍ୟ ସାଇକେଲରେ ଟିଉଶନ୍ ଯାଉଥିଲା।  କିନ୍ତୁ ଆଉ ଘରକୁ ଫେରି ନଥିଲା। ଏହା ପରେ ଥାନାରେ ଅଭିଯୋଗ ହେଲା ଯେ କଲ୍ୟାଣପୁର ଗାଁର ପ୍ରତାପ ଜେନା ନାମକ ଜଣେ ଯୁବକ ତାଙ୍କର କିଛି ସହଯୋଗୀଙ୍କ ସହ ମିଶି ନାବାଳିକାଟିକୁ ବାଇକ୍‌ରେ ଅପହରଣ କରି ନେଇଥିଲେ। ପୋଲିସ ମାମଲା ରୁଜୁ କଲା ତଦନ୍ତ ମଧ୍ୟ ଆରମ୍ଭ କଲା । କିନ୍ତୁ ନାବାଳିକାଟି ଉଦ୍ଧାର ହୋଇ ପାରିଲା ନାହିଁ । ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ପ୍ରତାପ ନାବାଳିକାଙ୍କୁ ନେଇ ଚେନ୍ନାଇରେ ରହୁଥିବା ନେଇ ପୋଲିସ ପାଖରେ ସୂଚନା ଥିଲା। ନାବାଳିକାଙ୍କୁ ଅପହରଣ କରାଯାଇଥିବା ବାଇକ୍‌କୁ ମଧ୍ୟ ପୋଲିସ ଜବତ କରିଥିଲା। ତଥାପି ବି ତଦନ୍ତ ଆଗକୁ ବଢ଼ି ପାରି ନ ଥିଲା । 

ପରିବାର ଲୋକେ ହତାଶ ହୋଇ ଏସ୍‌ପି ଏବଂ ଡିଜିପିଙ୍କ ଦ୍ବାରସ୍ଥ ହେଲେ କିନ୍ତୁ କିଛି ବି ସୁଫଳ ମିଳିଲାନି । ପରିବାର ଲୋକେ ଏତିକିରେ ହାର୍ ମାନି ନଥିଲେ। ପରିବାର ଲୋକେ ନିଜ ଝିଅକୁ ଉଦ୍ଧାର କରିବାକୁ ଅନୁରୋଧ କରି ହାଇକୋର୍ଟ ଗଲେ। ୨୦୨୦ ଜାନୁୟାରୀରେ ହାଇକୋର୍ଟ କ୍ରାଇମ୍‌ବ୍ରାଞ୍ଚକୁ ତଦନ୍ତ ଭାର ଦେଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କ୍ରାଇମ୍‌ବ୍ରାଞ୍ଚ୍ ମଧ୍ୟ ତଦନ୍ତ ଆରମ୍ଭ କଲା। ପୋଲିସ ପରି କ୍ରାଇମବ୍ରାଞ୍ଚ ମଧ୍ୟ ଫେଲ୍ ମାରିଲା। ଏହାପରେ ଝିଅକୁ ଖୋଜିବା ପାଇଁ ବାପା ଚେନ୍ନାଇ ଗଲା। ସେଠାରେ ଝିଅକୁ ବହୁତ୍ ଖୋଜିଲା। ବାପା ଝିଅକୁ ଖୋଜିବା ପାଇଁ ଚେନ୍ନାଇ ଗଲା ଏପଟେ ଗାଁରେ ପୀଡ଼ିତାଙ୍କ ମା ଏବଂ ଭାଇ ରହୁଥିଲେ । 

ପରିବାର ଲୋକେ ଝିଅ ଚିନ୍ତାରେ ଥିବାବେଳେ ପ୍ରତାପର ପରିବାର ଲୋକ ଗାଁରେ ରହୁଥିବା ପୀଡ଼ିତାଙ୍କ ମା’ଭାଇଙ୍କୁ ଧମକ ଦେଉଥିଲେ। ସେମାନଙ୍କ ନିର୍ଯ୍ୟାତନା ସହି ନପାରି ପୀଡ଼ିତାଙ୍କ ମା ‘ ଓ ଭାଇ ଗାଁ ଛାଡି ବ୍ରହ୍ମପୁର ଚାଲିଗଲେ । ଏପଟେ ନାବାଳିକା ଚେନ୍ନାଇରେ ପ୍ରତାପର ନିର୍ଯ୍ଯାତନର ଶୀକାର ହେଉଥିଲା। ଶେଷରେ ଗତ ସପ୍ତାହରେ ନାବାଳିକା ନିଜର କୌଶଳକ୍ରମେ ପ୍ରତାପ କବଳରୁ ଖସି ଆସିବାରେ ସକ୍ଷମ ହୋଇଥିଲେ। 

ପୀଡ଼ିତାଙ୍କ ବାପାଙ୍କୁ ନୟାଗଡ଼ର ଜଣେ ଯୁବକ ଏଥିରେ ସାହାଯ୍ୟ କରିଥିଲେ। ଗୁରୁତର ଅବସ୍ଥାରେ ଝିଅକୁ ପାଇବା ପରେ ପରିବାର ଲୋକେ କ୍ରାଇମବ୍ରାଞ୍ଚକୁ ଏ ବାବଦରେ ସୂଚନା ଦେଲେ । ବର୍ତ୍ତମାନ କ୍ରାଇମବ୍ରାଞ୍ଚ ପୀଡ଼ିତାଙ୍କୁ ନିଜ ହେପାଜତକୁ ନେଇଛି। ନୟାଗଡ଼ର ଏକ ଡାକ୍ତରଖାନାରେ ପୀଡିତାର ଚିକିତ୍ସା ଚାଲିଛି। ପିଡୀତାଙ୍କ ମା ‘ ବାପା ଓ ଅଜା କହିଛନ୍ତି ଯେ ନାବାଳିକା ଝିଅଟିର ପ୍ରବଳ ରକ୍ତସ୍ରାବ ହେଉଛି । ଗତ ୪ ବର୍ଷ ଧରି ତାକୁ ବଳାତ୍କାର କରାଯିବା ସହ ନିର୍ଯ୍ୟାତନା ଦିଆଯାଇଥିବା ନେଇ ସେ ଅଭିଯୋଗ କରିଛି । ପରିବାର ଲୋକେ କହିଛନ୍ତି ଯେ, ଏଭଳି ଅପରାଧ ପାଇଁ ବଳତ୍କାରୀକୁ ଫାଶୀ ଦଣ୍ଡ ଦେଲେ ମଧ୍ୟ କମ୍ ହେବ । 

Related Posts