ନିରାପତ୍ତା ଯାଞ୍ଚ ପାଇଁ ଆସନ୍ତା କାଲି ବନ୍ଦ ରହିବ ଧବଳେଶ୍ୱରର ଝୁଲାପୋଲ: ଜିଲ୍ଲାପାଳ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିନକ ପାଇଁ ବନ୍ଦ ରହିବ ଆଠଗଡ ସ୍ଥିତ ଧବଳେଶ୍ୱରର ଝୁଲା ପୋଲ।ପୋଲର ନିରାପତ୍ତା ଯାଞ୍ଚ ପାଇଁ ଦିନଟିଏ ଝୁଲା ପୋଲ ବନ୍ଦ ରହିବା ନେଇ ସୋମବାର କଟକ ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ମିଳିଛି। ଗତକାଲି ଗୋଟିଏ ଦିନ ପାଇଁ ବନ୍ଦ ରହିବ ଧବଳେଶ୍ୱର ଝୁଲାପୋଲ। ଟେକ୍ନିକାଲ ଟିମ୍‌ ଦେଇଥିବା ରିପୋର୍ଟ ଅନୁସାରେ ଯାଞ୍ଚ କରାଯିବ। ଏହାପରେ ଝୁଲା ପୋଲରେ ଯାତ୍ରାକୁ ସୀମିତ କରାଯିବ। ଆବଶ୍ୟକ ହେଲେ ସୁରକ୍ଷା ପାଇଁ ପୋଲକୁ ପୂରା ବନ୍ଦ କରାଯାଇପାରେ। ପୋଲ ନିକଟରେ ଅଗ୍ନିଶମ,ଓଡ୍ରାଫ ଟିମ୍‌ ମୁତୟନ ରହିବେ। ଲୋକଙ୍କୁ ଡଙ୍ଗାରେ ଯିବା ପାଇଁ କୁହାଯିବ ଏଥିପାଇଁ ସମସ୍ୟା ହୋଇପାରେ ବୋଲି ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ମିଳିଛି।

ଗୁଜରାଟରେ ଝୁଲା ପୋଲ ଅଘଟଣ ପରେ ପ୍ରଶାସନ ପକ୍ଷରୁ ଏହି ତତ୍ପରତା ଦେଖିବାକୁ ମିଳିଛି। ଧବଳେଶ୍ୱର ପୋଲର ନିରାପତ୍ତା ଯାଞ୍ଚ ପାଇଁ ଦିନଟିଏ ଝୁଲା ପୋଲକୁ ବନ୍ଦ ରଖାଯିବା ନେଇ ନିଷ୍ପତ୍ତି ନିଆଯାଇଛି।

ସୂଚନା ଯୋଗ୍ୟ , ଆଜି ସକାଳେ ଏକକାଳୀନ ପୋଲରେ ୨ଶହ ଯାତ୍ରୀଙ୍କୁ ଯାତାୟାତ କରିବା ନେଇ ଅନୁମତି ଦିଆଯାଇଥିଲା। ୨ଶହରୁ ଅଧିକ ଲୋକଙ୍କୁ ପୋଲରେ ଯିବା ନେଇ ପ୍ରଶାସନ ପକ୍ଷରୁ ବାରଣ କରାଯାଇଥିଲା।

Related Posts