ଧାମନଗର ଉପନିର୍ବାଚନ; ପୁଣି ବିଜେପି ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ କଲା ବିଜେଡି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଧାମନଗର ଉପନିର୍ବାଚନ ପାଇଁ ଏବେ ଜୋରଦାର ପ୍ରଚାର ଚାଲିଛି। ଏହାରି ମଧ୍ୟରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ମଧ୍ୟ ଚାଲିଛି। କିଛି ଦିନ ହେବ ପରସ୍ପର ବିରୋଧରେ ଅଭିଯୋଗ ଆଣି ଉଭୟ ବିଜେଡି ଓ ବିଜେପି ନିର୍ବାଚନ ଅଧିକାରୀଙ୍କ ଦ୍ବାରସ୍ଥ ହେଉଛନ୍ତି। ଏହି କ୍ରମରେ ଆଜି ପୁଣି ବିଜେପି ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ କରିଛି ବିଜେଡ଼ି।

ଆଜି ବିଜେଡି ମୁଖପାତ୍ର ଲେଲିନ୍ ମହାନ୍ତିଙ୍କ ନେତୃତ୍ୱରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ ପତ୍ର ଦେଇଛନ୍ତି ଏକ ପ୍ରତିନିଧି ମଣ୍ଡଳୀ । ଏହାପରେ ଲେଲିନ୍ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଧାମନଗର ଉପନିର୍ବାଚନରେ ରକ୍ତମୁଖା ହୋଇଛି ବିଜେପି। ପ୍ରଥମେ ପ୍ରାୟୋଜିତ ମହିଳାଙ୍କ ଦ୍ଵାରା ଟଙ୍କା ବାଣ୍ଟିବା ଭିଡ଼ିଓ ଭାଇରାଲ କଲେ ଓ ଏସଏଚଜି ମହିଳା ମାନଙ୍କୁ ଅପମାନିତ କଲେ। ଏବେ ଆଉ ଏହି ଭିଡ଼ିଓ ବିଷୟରେ ସେମାନେ ମଧ୍ୟ ସ୍ପଷ୍ଟ କରୁନାହାନ୍ତି। ପୁଣି ଏକ ବିଚିତ୍ର ଅଡିଓ ତାଙ୍କର ଆଇଟି ସେଲ୍ ଦ୍ଵାରା ପ୍ରସ୍ତୁତ କରି ଭାଇରାଲ କଲେ ଓ ଲୋକଙ୍କୁ ବିଭ୍ରାନ୍ତି କଲେ। ଏହି ଏବେ ଧାମନଗରରେ ହାର ସୁନିଶ୍ଚିତ ଜାଣିବା ପରେ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଆକ୍ରମଣ କଲେ ଓ ଧମକ ଦେଲେ। ଏବେ ପରାଜୟ ଭୟରେ ସେମାନେ ରକ୍ତମୁଖା ହୋଇ ବିଜେଡ଼ିର ମହିଳା ଓ ଯୁବ କର୍ମୀଙ୍କୁ ବ୍ଳକ୍ କରୁଛନ୍ତି । ଗାଁ ଗାଁରେ ବିଜେଡ଼ି କର୍ମୀଙ୍କୁ ଗାଳି ଗୁଲଜ ସହ ଗଣ୍ଡଗୋଳ କରୁଥିବା ଲେନିନ୍‌ ମହାନ୍ତି କହିଛନ୍ତି । ତେଣୁ ପ୍ରତ୍ୟେକ ଗାଁରେ ସର୍ଭିଲାନ୍ସର ଅବଶ୍ୟକତା ଏବଂ ବିଜେଡ଼ି କର୍ମୀଙ୍କୁ ସୁରକ୍ଷା ଦେବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ବିଜେଡ଼ି ଦାବି କରିଛି ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି ।

Related Posts