ଭଦ୍ରକ: ଧାମନଗର ଉପନିର୍ବାଚନ ନେଇ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ। ବାବା ହରେକୃଷ୍ଣ ଗୁରୁବାର ଏକ ଶୋଭାଯାତ୍ରାରେ ଆସି ଭଦ୍ରକ ବ୍ଲକ ପରିସରରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।
ଏହି ଶୋଭାଯାତ୍ରାରେ ପିସିସି ସଭାପତି ଶରତ ପଟ୍ଟନାୟକ, ପିସିସି ପୂର୍ବତନ ସଭାପତି ନିରଂଜନ ପଟ୍ଟନାୟକ, ବରିଷ୍ଠ ନେତା ଜୟଦେବ ଜେନା, ଜଗନ୍ନାଥ ପଟ୍ଟନାୟକ, ଶରତ ରାଉତ, ପ୍ରସାଦ ହରିଚନ୍ଦନ, ସୁର ରାଉତରାୟ, ସନ୍ତୋଷ ସଂ ସାଲୁଜା, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳ, ପଞ୍ଚାନନ କାନୁନଗୋ, ନରେନ୍ଦ୍ର ପଲେଇଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ।
ବାବା ହରୋକୃଷ୍ଣ ସେଠୀ ହେଉଛନ୍ତି ଜଣେ ଯୁବ ଆଇନଜୀବୀ ଭାବେ ଧାମନଗର କୋର୍ଟରେ କାର୍ଯ୍ୟରତ ଅଛନ୍ତି। ସେ କଂଗ୍ରେସର ଜଣେ ତୃଣମୂଳ ସ୍ତରର ସଂଗଠକ। ସେ ଧାମନଗର ବ୍ଲକର ରାଜୀବ ଗାନ୍ଧି ସେବା ସଂଗଠନର ସଭାପତି, ଦଳିତ ସଂଗଠନର ନେତା ଭାବେ ବିଭିନ୍ନ ସାଂଗଠନିକ କାର୍ଯ୍ୟ ସୂଚାରୁ ରୂପେ କାର୍ଯ୍ୟ କରିଆସୁଛନ୍ତି। ଜିଲ୍ଲାରେ ଜଣେ ଦଳିତ ନେତା ଭାବରେ ଜଣାଶୁଣା। ଗତ ପୌର ନିର୍ବାଚନରେ ମଧ୍ୟ ତାଙ୍କର ପତ୍ନୀ ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ହୋଇଥିଲେ।
