ଧାମନଗର ଉପନିର୍ବାଚନ: ଲାଗୁ ହେଲା ଆଦର୍ଶ ଆଚରଣ ବିଧି

ଭଦ୍ରକ : ଧାମନଗର ଉପନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି । ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ମିଳିଛି ।

ସୂଚନା ଥାଉକି ଅକ୍ଟୋବର ୩ ତାରିଖ ଦିନ ଧାମନଗରରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଥିଲା । ନଭେମ୍ବର ୩ ରେ ଧାମନଗର ଉପନିର୍ବାଚନ ହେବା ନେଇ ଭାରତୀୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା ।

ଖବର ଅନୁଯାୟୀ, କିଛି ଦିନ ତଳେ ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ହୋଇଥିଲା । ଏହାପରେ ଉପନିର୍ବାଚନ ନେଇ କଳ୍ପନାଜଳ୍ପନା ଚାଲିଥିଲା । ହେଲେ ଏହି ସବୁ ଚର୍ଚ୍ଚାରେ ଅନ୍ତ ଲଗାଇଥିଲେ ନିର୍ବାଚନ କମିଶନର । ନଭେମ୍ବର ୩ ତାରିଖରେ ଅନୁଷ୍ଠିତ ହେବ ଧାମନଗର ଉପନିର୍ବାଚନ । ଏନେଇ ଅଗଷ୍ଟ ୭ରେ ପ୍ରକାଶ ପାଇବ ବିଜ୍ଞପ୍ତି । ଅକ୍ଟୋବର ୧୪ରେ ନାମାଙ୍କନ ଦାଖଲର ଶେଷ ଦିନ ରହିଥିବା ବେଳେ ୧୫ରେ ଯାଞ୍ଚ ଏବଂ ୧୭ରେ ନାମାଙ୍କନ ପ୍ରତ୍ୟାହର ଶେଷ ଦିନ । ନଭେମ୍ବର ୬ରେ ଭୋଟ ଗଣତି ଓ ଫଳାଫଳ ପ୍ରକାଶ ପାଇବ । ଶେଷରେ ନଭେମ୍ବର ୮ ସୁଦ୍ଧା ସମସ୍ତ ନିର୍ବାଚ ପ୍ରକ୍ରିୟା ଶେଷ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନର ।

Related Posts