ଏକନାଥ ସନ୍ଦେଙ୍କ ନେତୃତ୍ୱାଧୀନ ଶିବସେନାରେ ଯୋଗଦେବେ ଉଦ୍ଧବ ଠାକରେ ଗୋଷ୍ଠୀର ଦୁଇ ସାଂସଦ ଏବଂ ୫ ବିଧାୟକ

ମୁମ୍ୱାଇ: ଉଦ୍ଧବ ଠାକରେ ଙ୍କୁ ଲାଗିବ ଆଉ ଏକ ବଡ଼ ଝଟକା । ବୁଧବାର ଦଳର ଲୋକସଭା ସାଂସଦ ଦାବି କରିଛନ୍ତି ଯେ, ଉଦ୍ଧବ ଠାକରେ ଗୋଷ୍ଠୀର ଦୁଇ ସାଂସଦ ଏବଂ ୫ ବିଧାୟକ ଦଶହରା ରାଲିରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସନ୍ଦେଙ୍କ ନେତୃତ୍ୱାଧୀନ ଶିବସେନାର ଯୋଗଦେବେ ।

କାହାର ଶିବସେନା ଅଧିକ ଶକ୍ତିଶାଳୀ ତାହା ଦର୍ଶାଇବା ପାଇଁ ଦୁଇ ଗୋଷ୍ଠୀ ମଧ୍ୟରେ ଲଢେଇ ଜାରି ରହିଛି । ଦଶହରା ରାଲିରେ ଦୁଇ ଗୋଷ୍ଠୀ ନିଜ ନିଜର ଶକ୍ତି ପ୍ରଦର୍ଶନ କରିବେ । ଅନ୍ୟପଟେ ରାସ୍ତାରେ ମଧ୍ୟ ଦୁଇ ଗୋଷ୍ଠୀର ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳୁଛି । ଏପରି ସ୍ଥିତିରେ ଉଦ୍ଧବ କ୍ୟାମ୍ପର ସାଂସଦ ଏବଂ ବିଧାୟକ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସହ ଆସିବା ରାଲିର କୌତୁହଳକୁ ଅଧିକ କରିବ।

ଜୁନରେ ଶିବସେନାରେ ବିଦ୍ରୋହ ଦେଖାଦେଇଥିଲା । ଏକନାଥ ସିନ୍ଦେ ନିଜର ଗୋଷ୍ଠୀ କରି ଦଳରେ ବିଦ୍ରୋହ କରିଥିଲେ । ଏହାପରେ ସେ ବିଜେପି ସହ ମିଶି ରାଜ୍ୟରେ ସରକାର ଗଠନ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଥିଲେ । ବର୍ତ୍ତମାନ ସମୟରେ ସିନ୍ଦେ ଗୋଷ୍ଠୀ ପାଖରେ ୪୦ ବିଧାୟକ ଏବଂ ୧୨ ଲୋକସଭା ସାଂସଦଙ୍କ ସମର୍ଥନ ରହିଛି । ଅନ୍ୟପଟେ ଠାକରେ ଗୋଷ୍ଠୀ ନିକଟରେ ୧୫ ବିଧାୟକ ଏବଂ ୬ ସାଂସଦ ଅଛନ୍ତି।

Related Posts