ଧାମନଗର ଉପନିର୍ବାଚନ ଫଳାଫଳ: ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ ଆଗରେ

ଭଦ୍ରକ : ଆଜି ଆସିବ ଧାମନଗର ଉପନିର୍ବାଚନ ଫଳାଫଳ । ଏନେଇ ଆରମ୍ଭ ହୋଇଯାଇଛି ଗଣତି ପ୍ରକ୍ରିୟା । ସୁପର ସଣ୍ଡେରେ ସୁପର ଫୈସଲା । ଧାମନଗରବାସୀ ବାଛିବେ ନିଜ ନେତା । ତେବେ କିଏ ହାତେଇବ ବିଧାୟକ ଆସନ ? କାହା ମୁଣ୍ଡରେ ହାତୀ ଢାଳିବ ସୁନାକଳ ? । ଏପରି ଅନେକ ପ୍ରଶ୍ନ ଉଙ୍କି ମାରିଥିବା ବେଳେ ଭୋଟ ଗଣତି ଆରମ୍ଭ ହୋଇଛି ।

ଅନ୍ୟପଟେ, ପ୍ରାରମ୍ଭିକ ପର୍ଯ୍ୟାୟରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ ଆଗରେ ଥିବା ଜଣାପଡିଛି ।

ବର୍ତ୍ତମାନ ସୁଦ୍ଧା ଭୋଟ ଗଣତିରେ ବିଜେପି ପ୍ରାର୍ଥୀ ୪୭୪୯ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ୩୯୮୦ ଖଣ୍ଡ ଭୋଟ । ସେହିପରି କଂଗ୍ରେସ ପ୍ରାର୍ଥୀ ୨୧୬ ଖଣ୍ଡ ଭୋଟ ପାଇଥିବା ବେଳେ ଅନ୍ୟାନ୍ୟ ୪୦୦ ଖଣ୍ଡ ଭୋଟ ପାଇଛନ୍ତି । ଆଗାମୀ ରାଉଣ୍ଡରେ ସଂଖ୍ୟା ବେଶ୍‌ ମଜାଦାର ହେବ ବୋଲି ଅନୁମାନ କରାଯାଉଛୁ

Related Posts