ଭଦ୍ରକ ପୁରୁଣାବଜାର ଥାନା ପୋଲିସକୁ ସଫଳତା: ଦୁଇ ହଜାର ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ

ଭଦ୍ରକ: ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ପୋଲିସକୁ ମିଳିଛି ସଫଳତା । ଦୁଇ ହଜାର ଲିଟର ବିଦେଶୀ ମଦ ଜବତ କରିବା ସହ ଏକ ସ୍କର୍ପିଓ ଗାଡିକୁ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ପୋଲିସ ।

ଖବର ଅନୁଯାୟୀ, ପୁରୁଣାବଜାର ପୋଲିସ ପକ୍ଷରୁ ନାକାବନ୍ଦ ଚାଲିଥିଲା । ଏହି ସମୟରେ ବାଲେଶ୍ୱରରୁ ଭଦ୍ରକ ଆସୁଥିବା ଏକ ସ୍କର୍ପିଓ ଗାଡିକୁ ଅଟକ ରଖିଥିଲା ପୋଲିସ । ଏହାପରେ ଗାଡିକୁ ଯାଞ୍ଚ କରିବା ସମୟରେ ସେଥିରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ ହୋଇଛି । ଯାହା ଆନୁମାନିକ ୨ହଜାର ଲିଟରରୁ ଅଧିକ ହେବ ବୋଲି ଜଣାପଡିଛି । ତେବେ ଏହି କାରବାର୍‌ରେ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଚମ୍ପଟ ମାରିବାରେ ସଫଳ ହୋଇଛି ।

Related Posts